ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ମୌସୁମୀ ବାୟୁ ଏଯାଏଁ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହୋଇନାହିଁ। ଏହା ଏବେ ମାଲକାନଗିରି ଓ କୋରାପୁଟ ଅଞ୍ଚଳରେ ସୀମିତ ରହିଛି। ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେଉଥିବାବେଳେ ରାଜ୍ୟର ଅନ୍ୟ ଅଞ୍ଚଳରେ ଖରା ସହ ଗୁଳୁଗୁଳି ଜାରି ରହିଛି। ତେବେ ଆଉ ୨ରୁ ୩ ଦିନ ଭିତରେ ମୌସୁମୀ ରାଜ୍ୟର ସବୁ ଅଞ୍ଚଳରେ ଛୁଇଁବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଜୁନ୍ ୮ ତାରିଖରେ ମୌସୁମୀ ବାୟୁ ଓଡ଼ିଶାର ମାଲକାନଗିରିରେ ପହଞ୍ଚିଥିଲା। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମଲହରୀ ଜାରି ରହିଛି। ଏଥିସହ ଆଗାମୀ ଦୁଇ ଦିନ ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରାଯାଇଛି।

ତେବେ ଜୁନ୍ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ହେଲେ ଏହି ସମୟରେ ରାଜ୍ୟରେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ଓଡ଼ିଶାକୁ ମୌସୁମୀ ଆସିବାର ଅନେକ ସମୟ ବିତିଯାଇଥିଲେ ମଧ୍ୟ ଏହା ଆଗକୁ ବଢ଼ିପାରି ନାହିଁ। ମୌସୁମୀ ସକ୍ରିୟ ହେବାକୁ ପାଗ ଅନୁକୂଳ ନ ଥିବାରୁ ଏହା ଦକ୍ଷିଣ ଓଡ଼ିଶାରେ ରହିଯାଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।  

Tags: #Weather #Summertime #Mansoon #MCBBSR #Odisha

LEAVE A REPLY

Please enter your comment!
Please enter your name here