ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି, ଜୁନ ୨୧ ତାରିଖରେ ଓଡ଼ିଶାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ଯାଏଁ ଖୋଲା ରହିବ।
ତେବେ ଜୁନ ୨୨ ତାରିଖଠାରୁ ସମସ୍ତ ବିଦ୍ୟାଳୟ ସ୍ଵାଭାବିକ ଭାବେ ପରିଚାଳନା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନାକୁ ଅଧାର କରି ଏହି ନିଷ୍ପତ୍ତି ନିଆଯାଇଛି।
ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ପାଇଁ ଜୁନ ୧୮ରୁ ୨୦ ତାରିଖ ଯାଏଁ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା।
ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ଏବଂ ସମୟ ଧାର୍ଯ୍ୟ କରିବା ନିଷ୍ପତ୍ତି ସମ୍ପୃକ୍ତ ଜିଲ୍ଲାପାଳଙ୍କ ଉପରେ ଛାଡ଼ି ଥିଲେ ରାଜ୍ୟ ସରକାର।
Tags: #Education #Odisha #School #HeatWave #SummerVacation


















