ଓଡ଼ିଶାଲାଇଭ୍ ବ୍ୟୁରୋ

ପରିବା ଦର ଶୁଣି ଛାନିଆ ହେଉଛନ୍ତି ଲୋକେ। ଦିନକୁ ଦିନ ପରିବା ଦର ବଢ଼ୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ଖାଉଟି।

ପ୍ରାୟ ଗୋଟିଏ ସପ୍ତାହ ହେଲା ବଢ଼ି ଚାଲିଛି ପରିବା ଦର। ସପ୍ତାହକ ପୂର୍ବରୁ କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଦର ଏବେ ୧୦୦ ଟଙ୍କାରେ ପହଞ୍ଚିଛି। ଆଳୁ କିଲୋଗ୍ରାମ ପ୍ରତି ୩୫ ଟଙ୍କା ହୋଇଥିବାବେଳେ ପିଆଜ ଦର ୪୦ ଟଙ୍କାରେ ବିକ୍ରି ହେଉଛି।

ଅନ୍ୟ ସବୁଜ ପରିବା କଥା ନକହିବା ଭଲ। ପୋଟଳ କିଲୋଗ୍ରାମ ପ୍ରତି ୧୦୦ ଟଙ୍କା ରହିଥିବାବେଳେ ଭେଣ୍ଡି ୮୦ରୁ ୯୦ ଟଙ୍କା, ଜହ୍ନି ୮୦ ଟଙ୍କା, ବାଇଗଣ ୮୦ରୁ ୧୦୦ ଟଙ୍କା, କଲରା ୧୦୦ ଟଙ୍କା, ଝୁଡ଼ଙ୍ଗ ୧୨୦ ଟଙ୍କା ଓ କୁନ୍ଦୁରି ୭୦ ଟଙ୍କା ରହିଛି।

ପରିବା ହାଟକୁ ଯାଉଥିବା ଗ୍ରାହକ ୫ କିଲୋଗ୍ରାମ ବଦଳରେ ଏବେ ୨ରୁ ୩ କିଲୋ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି। ଆଗକୁ ପରିବା ଦର ଆହୁରି ବଢ଼ିବାର ସମ୍ଭାବାନା ରହିଛି।

ଯେଉଁଭଳି ଭାବେ ଖରା ହେଉଛି ପରିବା ଚାଷ ହୋଇପାରୁ ନାହିଁ। ଫଳରେ ପରିବା ଯୋଗାଣ କମିଛି। ଏହି କାରଣରୁ ଦର ବୃଦ୍ଧି ହେଉଥିବା ପରିବା ବ୍ୟବସାୟୀ କହିଛନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପରିବା ଦର ବେଲଗାମ ହୋଇଛି।

Tags: #Vegetable #VegetablePrice #Odisha

Comment