ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଦିବସକୁ ପାଳନ କରାଯାଇଛି। ସାଧାରଣ ଲୋକଙ୍କ ସହ ମିଶି ବୌଦ୍ଧ ବିଧାୟକ, ଜିଲ୍ଲାପାଳ ଏବଂ ଏସିପି ଯୋଗ କରିଛନ୍ତି।

ବୌଦ୍ଧ ଟାଉନହଲଠାରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବୌଦ୍ଧ ଜିଲ୍ଲାପାଳ ଜେ ସୋନାଲ ଏବଂ ଏସପି ରାଜ ପ୍ରସାଦ। ଏଥିରେ ବିଭିନ୍ନ ସରକାରୀ କର୍ମଚାରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ସାମିଲ ହୋଇଥିଲେ।

ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ପ୍ରତିଦିନ ଯୋଗ ଅଭ୍ୟାସ କରିବା ଆବଶ୍ୟକ। କାରଣ ଯୋଗ ଦ୍ଵାରା ମଣିଷ ଉଭୟ ଶରୀରିକ ଏବଂ ମାନସିକ ଭାବେ ସୁସ୍ଥ ରହିପାରିବ ବୋଲି କହିଥିଲେ ବିଧାୟକ ସରୋଜ କୁମାର ପ୍ରଧାନ।  

ମନ, ମସ୍ତିଷ୍କ ଏବଂ ଆତ୍ମା ମଧ୍ୟରେ ଯୋଗ ସନ୍ତୁଳନ ରକ୍ଷା କରିଥାଏ ବୋଲି କହିଥିଲେ ଜିଲ୍ଲାପାଳ ଜେ ସୋନାଲ।

ସେହିପରିହରଭଙ୍ଗା ଚାରିଛକ ମାର୍କେଟ କମ୍ପ୍ଲେକ୍ସରେ ବ୍ଲକସ୍ତରୀୟ ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଠାରେ ବ୍ଲକ ଚେୟାରମ୍ୟାନ ସେହ୍ନଲତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବ୍ଲକ ବିଡିଓ, ତହସିଲଦାର, ବ୍ଲକ ଶିକ୍ଷାଧିକାରୀ ଓ ବାଣୀଭୂଷଣପୁର ସରପଞ୍ଚ ଯୋଗ ଦେଇଥିଲେ।

Tags: #InternationalYogaDay2024 #YogaBenefits #Boudh #Odisha

LEAVE A REPLY

Please enter your comment!
Please enter your name here