ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି। ଦାରୁ ବିଗ୍ରହଙ୍କ ଦିବ୍ୟ ସ୍ନାନ ଦେଖିବାକୁ ଶ୍ରୀକ୍ଷେତ୍ର ପୁରୀରେ ଏକାଠି ହୋଇଛନ୍ତି ଲକ୍ଷାଧିକ ଭକ୍ତ।
ସ୍ନାନ ମଣ୍ଡପରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି। ସୁନା କୂଅରୁ ସଂଗ୍ରହ କରାଯାଇଥିବା ୧୦୮ ଗରା ଜଳରେ ସ୍ନାନ କରିଛନ୍ତି ବଡ଼ଠାକୁର। ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସୁନା କୂଅରୁ ସଂଗ୍ରହ କରାଯାଇଥିବା ଜଳକୁ ଅଭିମନ୍ତ୍ରିତ କରାଯାଇ ସେଥିରେ ସୁବାସିତ ପଦାର୍ଥ ମିଶ୍ରଣ କରାଯାଇ ସେହି ଜଳରେ ଦାରୁ ବିଗ୍ରହଙ୍କୁ ସ୍ନାନ କରାଯାଇଛି। ସ୍ନାନଯାତ୍ରା ଅବସରରେ ଆଜି ବର୍ଷାରେ ଭିଜିଛି ଶ୍ରୀକ୍ଷେତ୍ର।
ସ୍ନାନଯାତ୍ରା ଲାଗି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିବାରୁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୃଙ୍ଖଳିତ ସ୍ନାନଯାତ୍ରା ଲାଗି ନିୟୋଜିତ ହୋଇଛନ୍ତି ମୋଟ ୬୮ ପ୍ଲାଟୁନ ପୋଲିସ ଫୋର୍ସ। ସୁରକ୍ଷା ଦାୟିତ୍ଵରେ ଅଛନ୍ତି ୪ ଜଣ ଏସପି ରାଙ୍କର ଅଧିକାରୀ, ୨ ଜଣ ଅତିରିକ୍ତ ଏସପି, ୨୨ ଜଣ ଡିଏସପି, ୨୯୦ରୁ ଅଧିକ ସବଇନ୍ସପେକ୍ଟର। ଏହି ଅବସରରେ ଜରୁରୀକାଳିନ ସହାୟତା ପାଇଁ ୧୧୨ ନମ୍ବର ଜାରି କରାଯାଇଛି।
Tags: #DebasnanaPurnima #Puri #ShreeMandir #ShreeJagannath #SecurityArrangement #Odisha #Tradition