ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟି କେନ୍ଦୁଝର ଜିଲ୍ଲା ରାଇକଳାକୁ ଯାଇଛନ୍ତି ମୋହାନ ଚରଣ ମାଝୀ। ରବିବାରଠାରୁ ସେ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି।

ଗାଁରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଗ୍ରାମବାସୀ। ନିଜ ଘରେ ପହଞ୍ଚିବା ପରେ ତାଙ୍କୁ ବନ୍ଦାପନା କରି ପାଛୋଟି ନେଇଥିଲେ ପରିବାର ଲୋକେ। ଏହା ପୂର୍ବରୁ ଗାଁ ଦାଣ୍ଡରେ ନିଜ ମା’ଙ୍କ ପାଦତଳେ ମୁଣ୍ଡିଆ ମାରିଥିଲେ ମୋହନ ମାଝୀ।

ଘରେ ପହଞ୍ଚିବା ପରେ ସେ ମଧ୍ୟାହ୍ନ ଭୋଜନ କରିଥିଲେ। ମଧ୍ୟାହ୍ନ ଭୋଜନରେ ଚଟାଣରେ ବସି ପଖାଳ ଖାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପାଖରେ ବସି ତାଙ୍କ ମା’ ତାଙ୍କୁ ଖୁଆଇ ଦେଇଥିଲେ।    

ପରେ ରାଇକଳା ଗାଁରେ ସାଧାରଣ ସଭାକୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ଏହି ଅବସରରେ ସେ ପୂର୍ବ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀ ରାଇକଳାରେ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ଝୁମ୍ପୁରା ବ୍ଲକ ଯାଇଥିଲେ। ବ୍ଲକ ଛକଠାରୁ ଦୁର୍ଗା ପଡ଼ିଆ ପର୍ଯ୍ୟନ୍ତ ସେ ରୋଡ ସୋ’।

Tags: #Politics #OdishaPolitics #CMOdisha #MohancharanMajhi #Odisha #Kendujhar #Raikala

Comment