ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସମ୍ବଲପୁର ମହାନଗରରେ ବଢ଼ିବାରେ ଲାଗିଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୮୨ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣ୍ଡିସକୁ ନେଇ ଜିଲ୍ଲାରେ ଆତଙ୍କ ଦେଖାଦେଇଛି। ସ୍ଥିତି ଅନୁଧ୍ୟାନ ପାଇଁ ଭୁବନେଶ୍ଵରରୁ ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ସମ୍ବଲପୁରରେ ପହଞ୍ଚିଛନ୍ତି। ମଙ୍ଗଳବାର ସକାଳେ ସ୍ଵାସ୍ଥ୍ୟ ବିଭାଗ ଟିମ ସମ୍ବଲପୁରରେ ପହଞ୍ଚିବା ପରେ ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଗୁପଚୁପ, ଦହିବରା ଏବଂ ଚୁସକି ଆଜି ଖାଇବା ଯୋଗୁଁ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ୧୦ ବର୍ଷ ପୂର୍ବେ ମଧ୍ୟ ସମ୍ବଲପୁରରେ ଜଣ୍ଡିସକୁ ନେଇ ଆତଙ୍କ ଦେଖାଦେଇଥିଲା। ସେ ସମୟରେ ପିଏଚଡି ପାଣି ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ସନ୍ଦେହ କରାଯାଇଥିଲା। ଏବେ ମଧ୍ୟ ପିଏଚଡି ପାଣି ଯୋଗୁଁ ଜିଲ୍ଲାରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଆଶଙ୍କା କରାଯାଉଛି।

ସ୍ଵାସ୍ଥ୍ୟ ଅଧିକାରୀ ବିଭିନ୍ନ ଅଞ୍ଚଳରୁ ନମୁନା ସଂଗ୍ରହ କରୁଛନ୍ତି। ଆସନ୍ତା ୪ ଦିନ ମଧ୍ୟରେ ବେଆଇନ ପାଇପ ଲାଇନ ହଟାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Tags: #Jaundice #Infection #Sambalpur #Odisha #Treatment

Comment