ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ଟି-ଟ୍ଵେଣ୍ଟି ବିଶ୍ୱକପରେ ଗୁରୁବାର ହୋଇଥିବା ଦ୍ଵିତୀୟ ସେମିଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ୬୮ ରନରେ ପରାସ୍ତ କରିଛି ଭାରତ। ଏହାସହ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ଶନିବାର ବିଶ୍ୱକପ୍ ଟ୍ରଫି ହାତେଇବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ସହ ମୁହାଁମୁହିଁ ହେବ ଟିମ୍ ଇଣ୍ଡିଆ।

ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୭୧ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୫୭ ରନ୍ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୪୭ ରନ୍ କରିଥିଲେ।

ତେବେ ଦ୍ୱିତୀୟ ଇନିଂସରେ ୧୭୨ ରନ୍ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ୧୬.୪ ଓଭରରେ ୧୦୩ ରନ୍ କରି ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ସର୍ବାଧିକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଟି-ଟ୍ଵେଣ୍ଟି ବିଶ୍ୱକପରେ ଭାରତୀୟ ଦଳ ତୃତୀୟ ଥର ପାଇଁ ଫାଇନାଲ ଖେଳିବ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ମ୍ୟାଚଟି ଶନିବାର ବାରବାଡୋସରେ ଖେଳାଯିବ।

Tags: #ICCT20WorldCup #Semifinal #IndiavsEngland #Cricket #Sports #BCCI

LEAVE A REPLY

Please enter your comment!
Please enter your name here