ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ’ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ଅଗଷ୍ଟ ୩୦।

ଦେଶ ବିଦେଶରେ ‘ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ’ କ୍ଷେତ୍ରରେ ରହିଛି ଆକର୍ଷଣୀୟ କ୍ୟାରିୟର ସୁଯୋଗ। ତେଣୁ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ଅତ୍ୟାଧୁନିକ ପାଠ୍ୟକ୍ରମରେ ତାଲିମ ଦିଆଯାଉଛି। ଏବେ ୨୦୨୪-୨୫ ଶିକ୍ଷାବର୍ଷରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଜାରି ରହିଛି। ଆଗ୍ରହୀ ପ୍ରାର୍ଥୀମାନେ ଏଥିରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।  

ଶିକ୍ଷାଗତ ଯୋଗ୍ୟତା: ଓଡ଼ିଶାର କୌଣସି ସରକାରୀ ବା ଘରୋଇ ଶିଳ୍ପ ତାଲିମ କିମ୍ବା ବୈଷୟିକ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ/୩ ବର୍ଷିଆ ଡିପ୍ଲୋମା।

କେମିତି କରିବେ ଆବେଦନ?

ଆଗ୍ରହୀ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ www.worldskillcenter.orgକୁ ଯାଆନ୍ତୁ। ସେଠାରେ ‘ଆଡମିସନ ୨୦୨୪-୨୫’ ଅପ୍ସନ ଉପରେ କ୍ଲିକ୍‌ କରି ପଞ୍ଜୀକରଣ କରନ୍ତୁ। ତା’ପରେ ପାଠ୍ୟକ୍ରମ ପାଇଁ ଫର୍ମ ପୂରଣ କରନ୍ତୁ।

ଆବେଦନର ଶେଷ ତାରିଖ: ୨୦୨୪, ଅଗଷ୍ଟ ୩୦ ତାରିଖ।

ଅନ୍ୟାନ୍ୟ ସୁବିଧା: ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ରହିବା ଲାଗି ମାଗଣାରେ ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ରହିଛି ବସ୍‌ ସୁବିଧା।

ପ୍ଲେସମେଣ୍ଟ: ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ଶେଷ କରିବା ପରେ ଛାତ୍ରଛାତ୍ରୀଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଅଧୀନରେ ଦିଆଯାଉଛି ଆକର୍ଷଣୀୟ ନିଯୁକ୍ତି ସୁଯୋଗ।

ନାମଲେଖା ବିଷୟରେ ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ୧୮୦୦ ୨୬୬ ୬୦୦୨ ନମ୍ବରରେ ଯୋଗାଯୋଗ ପରିପାରିବେ।

Tags: #WorldSkillCenter #Admission #Course #OnlineApplication #AirConditioningandRefrigeration #Career #Employment

Comment