ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରରେ ପୁଣି ଏକ ବଦଳି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ରେ କାର୍ଯ୍ୟତର ୪ ଜଣ ଅଧିକାରୀଙ୍କୁ ସାଧାରଣ ପ୍ରଶାସନ (ଜିଏ) ବିଭାଗରେ ଅବସ୍ଥାପିତ କରାଯାଇଛି।

ବଦଳି ହୋଇଥିବା ଅଧିକାରୀମାନେ ହେଲେ ଲାଲା ମନୋଜ କୁମାର ରାୟ, ରବୀନ୍ଦ୍ର କୁମାର ସେଠୀ, ଶୁଭ୍ରାଂଶୁ ମିଶ୍ର ଏବଂ ମନୋଜ କୁମାର ସ୍ଵାଇଁ। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ଅଧିକାରୀମାନେ ସିଏମଓରେ କାର୍ଯ୍ୟରତ ଥିଲେ।

Tags: #CMO #Odisha #Officers #GADepartment #Transfer

Comment