ଓଡ଼ିଶାଲାଇଭ୍ ବ୍ୟୁରୋ

ପିଲାଟା ବେଳରୁ ସଂଗୀତ ପ୍ରତି ଆକର୍ଷିତ ହୋଇଥିଲେ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା। ୨୦୧୧ ମସିହାରେ ଜି-ଟିଭିରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ସୋ ‘ସା ରେ ଗା ମା ପା’ରେ ଅଂଶ ଗ୍ରହଣ କରି ନିଜ କୋକିଳ କଣ୍ଠର ଯାଦୁ ଦେଖାଇଥିଲେ ବର୍ଣ୍ଣାଳୀ।

୨୦୧୭ରେ ସଙ୍ଗୀତ ଭିତ୍ତିକ ଟିଭି ରିଆଲିଟି ସୋ’ ‘ଦିଲ୍‌ ହୈ ହିନ୍ଦୁସ୍ତାନୀ’ରେ ରନର୍ସ ଅପ୍‌ ହୋଇଥିଲେ। ପ୍ରତି ଗୀତକୁ ନୂଆ ଅନ୍ଦାଜରେ ଗାଇ ନିଆରା ପରିଚୟ ସୃଷ୍ଟି କରିଛନ୍ତି ବର୍ଣ୍ଣାଳୀ।

ଜାତୀୟସ୍ତରରେ ବିଭିନ୍ନ ରିଆଲିଟି ସୋ’ରେ ଗୀତ ଗାଇ ସେ ଆଣିଛନ୍ତି ଓଡ଼ିଶା ପାଇଁ ଗୌରବ। ନିଜର ସୁମଧୁର କଣ୍ଠ ଓ ନିଆରା ଗାୟକି ଯୋଗୁଁ ଅନେକ ପ୍ରଶଂସା ସାଉଣ୍ଟିଛନ୍ତି ବର୍ଣ୍ଣାଳୀ। ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ, ବର୍ଣ୍ଣାଳୀ ଗାୟିକା ହେଲେ କାହିଁକି?

Tags: #BarnaliHota #Singer #Music #Odisha #Interview

LEAVE A REPLY

Please enter your comment!
Please enter your name here