ଓଡ଼ିଶାଲାଇଭ୍ ବ୍ୟୁରୋ

‘ହେ ଚକାନୟନ’, ‘ଭଜି ଭଜି ତୋ ନାମ ଚକାନୟନ’, ‘ମୋ ପ୍ରଭୁ ଜଗନ୍ନାଥ, ବାଲିରେଣୁ ମହାବନ୍ଧ, ‘କୃଷ୍ଣ କଥା ଦିନେ ପଡ଼ିଗଲା ମନେ…’ ଏଭଳି ଭାବପୂର୍ଣ୍ଣ ଭଜନ ଗାଇଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ। ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଶାଲାଇଭ୍ ୟୁଟ୍ୟୁବ ଚ୍ୟାନାଲରେ ଶୁଣନ୍ତୁ ଶାନ୍ତିଲତା ବାରିକ ଛୋଟରାୟଙ୍କ ଲୋକପ୍ରିୟ ଭଜନ  ‘କୃଷ୍ଣ କଥା ଦିନେ ପଡ଼ିଗଲା ମନେ…’।

‘କୃଷ୍ଣ କଥା ଦିନେ ପଡ଼ିଗଲା ମନେ…’ ଶାନ୍ତିଲତା ବାରିକ ଛୋଟରାୟଙ୍କର ଏକ ଲୋକପ୍ରିୟ ଏବଂ ପରିଚିତ ଭଜନ। ଏହି ଭଜନଟି ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ବେଶ ଚୁଇଁ ପାରିଛି। ତାଙ୍କର ପ୍ରତିଟି ଭଜନ ସେ କାଳିଆ ସାଆନ୍ତ ଏବଂ କୃଷ୍ଣଙ୍କ ଲାଗି ସମର୍ପଣ କରିଥିବା ଦେଖିବାକୁ ମିଳେ। ତାଙ୍କ କଣ୍ଠର ସମସ୍ତ ଭଜନ ଭାବପୂର୍ଣ୍ଣ ଏବଂ ଶ୍ରୁତି ମଧୂର। ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ୍‌ ଛୋଟରାୟଙ୍କର ବିଶେଷ ଅବଦାନ ରହିଛି।ସେ ଗାଇଥିବା ଭକ୍ତି ସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି। ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି।

Tags: #RathYatra #RathaJatra2024 #ShantilataBarikChhotray #OdiaBhajana #OdiaSong #Singer #ClassicalMusic

Comment