ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଜୁଲାଇ ୨୧ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ଦିନ ଏହି ସୂଚନା ଦିଆଯାଇଛି।

ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ www.bseodisha.ac.in ଓ୍ଵେବସାଇଟକୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଜୁଲାଇ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ (ଏସଓଏସସି) ପରୀକ୍ଷା ହେବ।

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ମୋଟ ୯୭୨ ଜଣ ଛାତ୍ରଛାତ୍ରୀ। ରାଜ୍ୟର ୮୩ଟି କେନ୍ଦ୍ରରେ ପରୀକ୍ଷା ହେବ।

ସେହିପରି ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେବେ ୨୪,୫୨୦ ଜଣ ଛାତ୍ରଛାତ୍ରୀ। ଏହି ପରୀକ୍ଷା ପାଇଁ ୧୨୧ଟି କେନ୍ଦ୍ର କରାଯାଇଛି।

ପରୀକ୍ଷା ସମ୍ବନ୍ଧିତ ଅଧିକ ସୂଚନା ପାଇଁ ୦୭୬୧ ୨୪୧୫୦୫ ଫୋନ ନମ୍ବର ଜାରି କରାଯାଇଛି।

ଚଳିତ ବର୍ଷ ରାଜ୍ୟର ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ ପାସ କରିଥିଲେ।

Tags: #MatricSupplementaryExam #Education #Odisha #BSEOdisha

Comment