ଓଡ଼ିଶାଲାଇଭ୍ ବ୍ୟୁରୋ
‘ଭଜି ଭଜି ତୋ ନାମ ଚକାନୟନ’, ‘ମୋ ପ୍ରଭୁ ଜଗନ୍ନାଥ, ବାଲିରେଣୁ ମହାବନ୍ଧ, ‘କୃଷ୍ଣ କଥା ଦିନେ ପଡ଼ିଗଲା ମନେ’, ‘ନାମରେ ଆସିଛି, ନାମରେ ମୁଁ ଯିବି…’ ଓ ‘ହେ ଚକାନୟନ..’, ଏଭଳି ଅନେକ ଭାବପୂର୍ଣ୍ଣ ଭଜନ ଗାଇଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ। ପବିତ୍ର ନୀଳାଦ୍ରି ବିଜେ ଅବରସରେ ଓଡ଼ିଶାଲାଇଭ୍ ୟୁଟ୍ୟୁବ ଚ୍ୟାନାଲରେ ଶୁଣନ୍ତୁ ଶାନ୍ତିଲତା ବାରିକ ଛୋଟରାୟଙ୍କ ଲୋକପ୍ରିୟ ଭଜନ ‘ହେ ଚକାନୟନ…’ ।
ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରୁଥିଲେ, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରୁଥିଲା। ସେ ଗାଇଥିବା ଭକ୍ତିସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି। ତାଙ୍କ ଭଜନ ଓଡ଼ିଶାର କଳା ଓ ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି।
ହେ ଚକାନୟନ..’ ହେଉଛି ଶାନ୍ତିଲତା ବାରିକ ଛୋଟରାୟଙ୍କର ଏକ ଲୋକପ୍ରିୟ ଭଜନ। ୧୯୭୮ ମସିହାରେ ରେକର୍ଡ ହୋଇଥିବା ଏହି ଗୀତଟି ଶ୍ରୋତାଙ୍କ ମହଲରେ ବେଶ ଆଦର ପାଇଛି। ଏହି ଗୀତଟିକୁ ଗାଇବା ବେଳେ ନିଜକୁ ମହାପ୍ରଭୁଙ୍କ ପାଖରେ ସମର୍ପଣ କରିଦେଇଥିଲେ ଶାନ୍ତିଲତା ବାରିକ।
ତାଙ୍କର ପ୍ରତିଟି ଭଜନ ସେ କାଳିଆ ସାଆନ୍ତ ଏବଂ ଶ୍ରୀକୃଷ୍ଣଙ୍କ ଲାଗି ସମର୍ପଣ କରିଥିବା ଦେଖିବାକୁ ମିଳେ। ତାଙ୍କର ପ୍ରତିଟି ଭଜନ ଭାବପୂର୍ଣ୍ଣ ଏବଂ ଶ୍ରୁତି ମଧୂର। ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ୍ ଛୋଟରାୟଙ୍କର ବିଶେଷ ଅବଦାନ ରହିଛି।
Tags: #RathYatra #RathaJatra2024 #ShantilataBarikChhotray #OdiaBhajana #OdiaSong #Singer #ClassicalMusic