ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ବିଜେପି ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟରେ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।
ଏହାସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ପାଇଁ ଶିଳ୍ପ ପୁଞ୍ଜ ପ୍ରତିଷ୍ଠା, ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ବିପଣନ ଓ ପ୍ରଚାର ପ୍ରସାର ପାଇଁ ୨୦୨୭ ମସିହା ସୁଦ୍ଧା ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାକୁ ବଜେଟରେ ୧ ହଜାର ୧୬୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ସେହିପରି ମହିଳା ସଶକ୍ତିକରଣକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନଶକ୍ତି ବିଭାଗ ପାଇଁ ବଜେଟରେ ଅଧିକ ଅର୍ଥ ବ୍ୟବସ୍ଥା କରାଯାଇଛି। ୨୦୨୩-୨୪ ବର୍ଷ ବଜେଟରେ ଏଥିପାଇଁ ୬ ହଜାର ୨୨୪ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିଲା। ୨୦୨୪-୨୫ ବର୍ଷରେ ଏହାକୁ ୩ ଗୁଣ ବୃଦ୍ଧି କରାଯାଇ ୧୭ ହଜାର ୯୪୨ କୋଟି ଟଙ୍କା କରାଯାଇଛି।
Tags: #Budget2024-25 #OdishaAssembly #CMMohanCharanMajhi #SubhadraYojana #Odisha


















