ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥ ବିଭାଗର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଏବଂ ଶିଳ୍ପ ଭଳି ରାଜ୍ୟର ବିଭିନ୍ନ ବିଭାଗ ପାଇଁ ଅର୍ଥ ବ୍ୟୟବରାଦ କରାଯାଇଛି।

ଆସନ୍ତୁ ଜାଣିବା ଚଳିତ ବଜେଟରେ କେଉଁ ବିଭାଗ ପାଇଁ କେତେ ଅର୍ଥ ବ୍ୟୟବରାଦ କରାଯାଇଛି।

  • କୃଷି ଓ କୃଷକ ସଶକ୍ତିକରଣ ବିଭାଗ – ୩୩ ହଜାର ୯୧୯ କୋଟି ଟଙ୍କା
  • ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ – ୩୫ ହଜାର ୫୩୬ କୋଟି ଟଙ୍କା
  • ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ – ୨୧ ହଜାର ୨୦୦ କୋଟି ଟଙ୍କା
  • ମହିଳା ଓ ଶିଶୁ ବିକାଶ ବିଭାଗ – ୧୫ ହଜାର ୧୮୦ କୋଟି ଟଙ୍କା
  • ଗ୍ରାମ୍ୟ ଉନ୍ନୟନ ବିଭାଗ – ୯,୪୫୬ କୋଟି ଟଙ୍କା
  • ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ – ୪,୦୨୨ କୋଟି ଟଙ୍କା
  • ଉଚ୍ଚଶିକ୍ଷା ବିଭାଗ – ୩,୪୭୭ କୋଟି ଟଙ୍କା
  • ଶକ୍ତି ବିଭାଗ – ୩,୩୫୫ କୋଟି ଟଙ୍କା
  • ମିଶନ ଶକ୍ତି ବିଭାଗ – ୨,୭୬୧ କୋଟି ଟଙ୍କା
  • ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ – ୧,୫୮୨ କୋଟି ଟଙ୍କା  
  • କ୍ରୀଡା ଓ ଯୁବ ସେବା ବିଭାଗ – ୧,୩୧୫ କୋଟି ଟଙ୍କା
  • ଶିଳ୍ପ ବିଭାଗ – ୮୦୮ କୋଟି ଟଙ୍କା
  • ଏମଏସଏମଇ ବିଭାଗ – ୭୪୭ କୋଟି ଟଙ୍କା
  • ପର୍ଯ୍ୟଟନ ବିଭାଗ – ୮୧୭ କୋଟି ଟଙ୍କା
  • ଇସ୍ପାତ ଓ ଖଣି ବିଭାଗ – ୪୫୬ କୋଟି ଟଙ୍କା
  • ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ – ୪୧୯ କୋଟି ଟଙ୍କା
  • ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ – ୨୬୨ କୋଟି ଟଙ୍କା
  • ଅବକାରୀ ବିଭାଗ – ୨୪୦ କୋଟି ଟଙ୍କା

Tags: #Budget2024-25 #OdishaAssembly #CMMohanCharanMajhi #FinanceDept #Odisha

LEAVE A REPLY

Please enter your comment!
Please enter your name here