ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହୋଇଛି ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ୍। ଅର୍ଥ ବିଭାଗର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଭିତ୍ତିଭୂମି ବିକାଶ ଏବଂ ରୋଜଗାର ଉପରେ ଗୁରୁତ୍ୱ ଦିଆଯିବା ସହ କେତେକ ନୂଆ ଯୋଜନା ପାଇଁ ଅର୍ଥ ବ୍ୟୟବରାଦ କରାଯାଇଛି।

ଆସନ୍ତୁ ଜାଣିବା ଚଳିତ ବଜେଟରେ କ’ଣ ସବୁ ନୂଆ ଘୋଷଣା କରାଯାଇଛି।

  • ରାଜ୍ୟରଏ ସିଏମ କିଷାନ ଯୋଜନା ଆରମ୍ଭ ପାଇଁ ବଜେଟରେ ଘୋଷଣା। ଏଥିପାଇଁ ୧,୯୩୫ କୋଟି ଟଙ୍କା ବ୍ୟୟବରାଦ।
  • ସମୃଦ୍ଧ କୃଷକ ଯୋଜନା ପାଇଁ ୫୦୦୦ କୋଟି ଟଙ୍କାର ବ୍ୟୟବରାଦ।
  • ଓଡ଼ିଶାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ବଦଳରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହେବ। ଏଥିପାଇଁ ୩ ହଜାର ୫୬ କୋଟି ଟଙ୍କା ବ୍ୟୟବରାଦ।
  • ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଏଥିପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ।
  • ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ନାଁ ବଦଳା ଯାଇ ଏବେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କରିବା ନେଇ ବଜେଟରେ ଘୋଷଣା
  • ଅନାଥ ଶିଶୁଙ୍କ ସହାୟତା ପାଇଁ ବଜେଟରେ ନୂଆ ଯୋଜନା ‘ଯଶୋଦା’ ଆରମ୍ଭ କରିବାକୁ ଘୋଷଣା। ଏଥିପାଇଁ ବଜେଟରେ ୮୩ କୋଟି ଟଙ୍କାର ପ୍ରାବଧାନ।
  • ଓଡ଼ିଶାରେ ଆରମ୍ଭ ହେବ ଅକ୍ଷୟ ଶକ୍ତି ବିକାଶ ଯୋଜନା। ଅକ୍ଷୟ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହନ ପାଇଁ ୬୧୩ କୋଟି ଟଙ୍କାର ବ୍ୟୟବରାଦ।
  • ଓଡ଼ିଶାରେ ଶକ୍ତି କ୍ଷେତ୍ରର ସୁଦୃଢୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ଆରମ୍ଭ ହେବ। ଏଥିପାଇଁ ବଜେଟରେ ୧,୪୩୬ କୋଟି ଟଙ୍କାର ବ୍ୟବସ୍ଥା।    
  • ରାଜ୍ୟରେ କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା। ଏଥିପାଇଁ ୧୦୦ କୋଟି ଟଙ୍କାର ପାଣ୍ଠି ଗଠନ ହେବ।
  • ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦,୦୦୦ କୋଟି ଟଙ୍କାର ବ୍ୟବସ୍ଥା।
  • ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାକୁ ବଜେଟରେ ୧ ହଜାର ୧୬୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
  • ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ପାଇଁ ବ୍ୟୟବରାଦ
  • ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ପାଇଁ ନିଷ୍ପତ୍ତି
  • ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରଚାର ପ୍ରସାର ପାଇଁ ୪୨୦ କୋଟି ଟଙ୍କାର ବ୍ୟୟବରାଦ।
  • ବିଭିନ୍ନ ଶିଳ୍ପକୁ ପ୍ରୋତ୍ସାହନ ଦେବାପାଇଁ ‘ପ୍ରସ୍ପର-ଓଡ଼ିଶା’ ଯୋଜନା ଆରମ୍ଭ କରିବାକୁ ବଜେଟରେ ଘୋଷଣା। ଏଥିପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ।    

Tags: #Budget2024-25 #OdishaAssembly #CMMohanCharanMajhi #FinanceDept #Odisha

LEAVE A REPLY

Please enter your comment!
Please enter your name here