ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ଦିନ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ବଜେଟରେ କୃଷି କ୍ଷେତ୍ରକୁ ବିଶେଷ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ଚାଷୀମାନଙ୍କ ଲାଗି ‘ସିଏମ କିଷାନ’ ନାଁରେ ନୂଆ ଯୋଜନା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଏହା ସହ ଚାଷୀଙ୍କ ପାଇଁ ‘ସମୃଦ୍ଧ କୃଷକ’ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

‘ସିଏମ କିଷାନ’ ଯୋଜନା ପାଇଁ ବଜେଟରେ ମୋଟ ୧,୯୩୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେହିପରି ‘ସମୃଦ୍ଧ କୃଷକ’ ଯୋଜନା ପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହା ସହ ‘ଶ୍ରୀ ଅନ୍ନ ଅଭିଯାନ’ ଲାଗି ୬୪୯ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

ପୂର୍ବ ବର୍ଷ ତୁଳନାରେ କୃଷି ପାଇଁ ଚଳିତ ଥର ବଜେଟର ଆକାର ବଢ଼ିଛି। ଗତବର୍ଷ କୃଷି ବଜେଟ ୨୪,୮୨୯ କୋଟି ଟଙ୍କା ରହିଥିବାବେଳେ ଚଳିତ ବର୍ଷ ୩୩,୯୧୯ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ସେହିପରି କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କିଣାଯିବାକୁ ଘୋଷଣା କରାଯାଇଛି। ଧାର୍ଯ୍ୟ ଏମଏସପିଠାରୁ ଅଧିକ ୮୦୦ ଶହ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Tags: #Budget2024-25 #OdishaAssembly #CMMohanCharanMajhi #FinanceDept #Odisha #AgricultureSector

Comment