ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଭତ୍ତା ପରିମାଣକୁ ବୃଦ୍ଧି କରାଯାଇଛି।

ଭତ୍ତା ୩ ହଜାର ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏହି ବର୍ଦ୍ଧିତ ଭତ୍ତା ପାଇବେ। ତା’ଛଡ଼ା ୮୦ ପ୍ରତିଶତ କମ୍ ହୋଇନଥିବା ଭିନ୍ନକ୍ଷମ ହିତାଧିକାରୀମାନେ ଏହି ଲାଭ ପାଇପାରିବେ।

ନିର୍ବାଚନ ଇସ୍ତାହାରରେ ବିଜେପି ଭତ୍ତା ବୃଦ୍ଧି ବିଷୟରେ ବିଜେପି ଉଲ୍ଲେଖ କରିଥିଲା। ପ୍ରଥମ ବଜେଟ ଉପସ୍ଥାପନ ବେଳେ ଏହାକୁ କାର୍ଯ୍ୟକାରୀ କରିଛନ୍ତି ବିଜେପି ସରକାର।

Tags: #Budget2024-25 #OdishaAssembly #CMMohanCharanMajhi #SocialSecurity #FinanceDept #Odisha

Comment