ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ସେ ଯୋଗଦେବେ। ବୈଠକରେ ରାଜ୍ୟର ଦାବି ଓ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବେ ମୁଖ୍ୟମନ୍ତ୍ରୀ।

ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଦିଲ୍ଲୀ ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ ଏହି ୩ ଦିନିଆ ଦିଲ୍ଲୀ ଗସ୍ତରେ ବହୁ କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ବିଜେପିର କିଛି ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସାଧାରଣ ପରିଷଦ ବୈଠକ ବସିବ। ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ନିଜ ନିଜ ରାଜ୍ୟ ପାଇଁ ଅନେକ ବିକାଶମୂଳକ ଯୋଜନା ତଥା କେନ୍ଦ୍ରୀୟ ଅନୁଦାନ ବାବଦରେ ବୈଠକରେ ମୁଖ୍ୟମନ୍ତ୍ରୀମାନେ ବିଭିନ୍ନ ପ୍ରସ୍ତାବ ରଖିବେ।

ଏହି ଅବସରରେ ଓଡ଼ିଶାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବା ଦିଗରେ କେନ୍ଦ୍ର ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଚାରବିମର୍ଶ କରିବାର ସମ୍ଭାବନା ରହିଛି। ଏହାପୂର୍ବରୁ ଓଡ଼ିଶାରେ ନୂଆ ସରକାର ଗଠନ ହେବାପରେ ଜୁନ୍ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଥିଲେ।  

Tags: #CMMohanCharanMajhi #DelhiVisit #NITIAayogMeeting #Odisha

Comment