ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ବିଶ୍ୱ ବାଘ ଦିବସ। ଆପଣ ଜାଣିଛନ୍ତି କି, ଏହି ବ୍ୟାଘ୍ର ଦିବସ କେବେଠୁ ଓ କାହିଁକି ପାଳନ କରାଯାଉଛି?

ଦିନକୁ ଦିନ ବାଘଙ୍କ ସଂଖ୍ୟା କମୁଛି। ବାଘ ସଂରକ୍ଷଣ ପ୍ରତି ସଚେନତନା ବୃଦ୍ଧି କରିବା ଓ ବାଘ ରହୁଥିବା ପରିବେଶକୁ ସୁରକ୍ଷିତ ରଖିବା ଦିଗରେ ଜନ ସଚେତନତା ସୃଷ୍ଟି କରିବା ଲାଗି ପ୍ରତି ବର୍ଷ ଜୁଲାଇ ୨୯ ତାରିଖକୁ ବିଶ୍ୱ ବାଘ ଦିବସ ଭାବେ ପାଳନ କରାଯାଉଛି।

୨୦୧୦ରେ ରୁଷର ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ଶିଖର ସମ୍ମିଳନୀରେ ଏହି ଦିବସ ପାଳନ ପାଇଁ ଘୋଷଣା ହୋଇଥିଲା। ଏହି ସମ୍ମିଳନୀରେ ଉପସ୍ଥିତ ଥିବା ବିଭିନ୍ନ ଦେଶ ଏହି ପ୍ରସ୍ତାବକୁ ସ୍ୱାଗତ କରିଥିଲେ। ୨୦୨୦ ସୁଦ୍ଧା ବାଘ ସଂଖ୍ୟା ଦୁଇଗୁଣା ବୃଦ୍ଧି କରିବାକୁ ବିଭିନ୍ନ ଦେଶ ଲକ୍ଷ୍ୟ ରଖିଥିଲେ।

୧୯୭୩ରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବ୍ୟାଘ୍ର ପ୍ରକଳ୍ପର ଆରମ୍ଭ କରିଥିଲେ। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା ଭାରତରେ ବାଘଙ୍କ ସଂଖ୍ୟା ବୃଦ୍ଧି କରିବା।

Tags: #SaveTiger #InternationalTigerDay #Tigers #Environment

Comment