ଓଡ଼ିଶାଲାଇଭ ବ୍ୟୁରୋ

୨୦୧୮ ବାଘଗଣନା ରିପୋର୍ଟ ପ୍ରକାଶ ପାଇଛି। ୨୦୧୪ ଅପେକ୍ଷା ଦେଶରେ ବାଘ ସଂଖ୍ୟା ବଢ଼ିଥିବା ବେଳେ ଓଡ଼ିଶାରେ ବାଘ ସଂଖ୍ୟା କମ ରହିଛି।

ବିଶ୍ଵ ବ୍ୟାଘ୍ର ଦିବସ ଅବସରରେ ପ୍ରକାଶ ପାଇଛି ବାଘ ଗଣନା ରିପୋର୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବ ଭାରତୀୟ ବାଘ ଗଣନା ରିପୋର୍ଟ-୨୦୧୮କୁ ଉନ୍ମୋଚନ କରିଛନ୍ତି। ଏହି ରିପୋର୍ଟ ଅନୁସାରେ ୪ବର୍ଷ ମଧ୍ୟରେ ଭାରତରେ ବାଘ ସଂଖ୍ୟା ୭୪୧କୁ ବୃଦ୍ଧି ପାଇଥିବା ବେଳେ ଓଡ଼ିଶାରେ ୧୯କୁ କମିଛି। ୨୦୦୬ରୁ ଆରମ୍ଭ ହୋଇଥିବା ଏହି ବାଘ ଗଣନାର ଏହା ଚତୁର୍ଥ ରିପୋର୍ଟ। ପ୍ରତି ଚାରି ବର୍ଷରେ ଥରେ ବାଘ ଗଣନା ହୋଇ ଆସୁଛି।

୨୦୦୬ ବାଘ ଗଣନା ରିପୋର୍ଟ ଅନୁସାରେ ଭାରତରେ ୧ ହଜାର ୪୧୧ ବାଘ ଥିଲେ। ୨୦୧୦ରେ ୧ ହଜାର ୭୨୬ ଓ ୨୦୧୪ରେ ଏହା ୨ ହଜାର ୨୨୬ରେ ପହଞ୍ଚିଥିଲା। ତେବେ ୨୦୧୪ରୁ ୪ବର୍ଷ ମଧ୍ୟରେ ବାଘ ସଂଖ୍ୟା ୭୪୧ ବୃଦ୍ଧି ପାଇଛି। ବର୍ତ୍ତମାନ ୨୦୧୮ ବାଘ ଗଣନା ରିପୋର୍ଟ ଅନୁସାରେ ଦେଶରେ ୨ ହଜାର ୯୬୭ ବାଘ ଅଛନ୍ତି।

ସେହିପରି ଓଡ଼ିଶାରେ ୨୦୧୪ରେ ବାଘ ସଂଖ୍ୟା ୪୬ ଥିବା ବେଳେ ୨୦୧୮ରେ ଏହା କମି ୧୯କୁ କମିଛି। ବର୍ତ୍ତମାନ ୨୦୧୮ ବାଘଗଣନା ଅନୁସାରେ ଓଡ଼ିଶାରେ ୨୭ ବାଘ ଅଛନ୍ତି।

ରାଜ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬ ବାଘ ଅଛନ୍ତି। ତା ପଛକୁ ଦ୍ଵିତୀୟରେ କର୍ଣ୍ଣାଟକ ୫୨୪ ଓ ତୃତୀୟରେ ଉତ୍ତରାଖଣ୍ଡ ୪୪୨ ବାଘ ରହିଛନ୍ତି। ତେବେ ଓଡ଼ିଶା ଭଳି ଛତିଶଗଡ଼ରେ ମଧ୍ୟ ବାଘ ସଂଖ୍ୟା କମ୍ ରହିଛି।

Comment