ଓଡ଼ିଶାଲାଇଭ୍ ବ୍ୟୁରୋ

Tiger-1

ଭାରତରେ ବିଗତ ଆଠ ବର୍ଷ ମଧ୍ୟରେ ପ୍ରାଣ ହରାଇଛନ୍ତି ୭୫୦ଟି ବାଘ। ଏହି ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ ରହିଛି ମଧ୍ୟପ୍ରଦେଶ ରାଜ୍ଯରେ। ବିଭିନ୍ନ କାରଣ ଯୋଗୁଁ ବାଘଙ୍କ ମୃତ୍ୟୁ ହୋଇଥିବାର ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା NTCA ତରଫରୁ ସୂଚନା ଦିଆଯାଇଛି।

ମୃତ୍ୟୁବରଣ କରିଥିବା ୭୫୦ଟି ବାଘ ମଧ୍ୟରୁ ୩୬୯ଟି ବାଘଙ୍କର ମୃତ୍ୟୁ ପ୍ରାକୃତିକ କାରଣ ଯୋଗୁଁ ହୋଇଥିବା ବେଳେ ୧୬୮ଟି ବାଘଙ୍କ ମୃତ୍ୟୁ ଶିକାର ଦ୍ୱାରା ହୋଇଛି। ୪୨ଟି ବାଘ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ୭୦ଟି ବାଘଙ୍କ ମୃତ୍ୟୁର କାରଣ ନେଇ ଏବେ ବି ତଦନ୍ତ ଚାଲିଛି। NTCAର ସୂଚନା ଅନୁଯାୟୀ ୨୦୧୨ରୁ ୨୦୧୯ ମଧ୍ୟରେ ୧୦୧ଟି ବାଘଙ୍କର ଅବଶିଷ୍ଟାଶଂ ମିଳିଛି।

tiger-2

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ରାଜ୍ୟସଭାରେ କହିଥିଲେ ଯେ ଭାରତରେ ବିଗତ ୪ ବର୍ଷ ମଧ୍ୟରେ ବାଘଙ୍କ ସଂଖ୍ୟାରେ ୭୫୦ ବୃଦ୍ଧି ଘଟିଛି। ଯାହାଦ୍ୱାରା ଭାରତରେ ସମୁଦାୟ ବାଘଙ୍କ ସଂଖ୍ୟା ୨୨୨୬ରୁ ୨୯୭୬କୁ ବୃଦ୍ଧି ପାଇଛି ବୋଲି ଶେଷ ସର୍ଭେରୁ ଜଣାପଡ଼ିଛି।

ମଧ୍ୟପ୍ରଦେଶରେ ସବୁଠାରୁ ଅଧିକ ୧୭୩ଟି ବାଘଙ୍କ ମୃତ୍ୟୁ ଘଟିଛି। ଏହାପରେ ମହାରାଷ୍ଟ୍ରରେ ୧୨୫ଟି, କର୍ଣ୍ଣାଟକରେ ୧୧୧ଟି, ଉତ୍ତରାଖଣ୍ଡରେ ୮୮ଟି, ତାମିଲନାଡ଼ୁ ଓ ଆସାମରେ ୫୪ଟି ଲେଖାଏଁ, ଉତ୍ତରପ୍ରଦେଶ ଓ କେରଳରେ ୩୫ଟି  ଲେଖାଏଁ, ରାଜସ୍ଥାନରେ ୧୭ଟି, ବିହାର ଓ ପଶ୍ଚିମବଙ୍ଗରେ ୧୧ଟି ଲେଖାଏଁ ବାଘ ମୃତ୍ୟୁବରଣ କରିଛନ୍ତି। ତେବେ ଓଡ଼ିଶାରେ ବିଗତ ଆଠ ବର୍ଷ ମଧ୍ୟରେ ୭ଟି ବାଘଙ୍କ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି।

tiger-4

ତେବେ ବାଘଙ୍କ ମୃତ୍ୟୁ ପଛରେ ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଶିକାର ଆଦି ବିଭିନ୍ନ କାରଣ ରହିଛି। ଭାରତ ପ୍ରତି ଚାରି ବର୍ଷରେ ଥରେ ଏହାର ବାଘ ସଂଖ୍ୟା ଗଣନା କରେ ଯାହା ଏହା ଏକ ଦୀର୍ଘ, କଠିନ କାର୍ଯ୍ୟ ଯେଉଁଥିରେ ଜଙ୍ଗଲ ଅଧିକାରୀ ଏବଂ ବୈଜ୍ଞାନିକମାନେ ପ୍ରାୟ ୧୯୩୦୦୦ ବର୍ଗ ମାଇଲ ସ୍ଥାନ ଦେଇ ବାଘ ଜନସଂଖ୍ୟାର ଗଣନା ପାଇଁ ପ୍ରମାଣ ଖୋଜଥାନ୍ତି।

Comment