ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ (ୟୁସିସିଆଇଏଲ) ଲେଡିଜ ଫୋରମ ପକ୍ଷରୁ ଭୁବନେଶ୍ଵର ମହାନଗର ନିଗମର ୬ ନମ୍ବର ଓ୍ଵାର୍ଡରେ କାର୍ଯ୍ୟରତ ସ୍ଵଚ୍ଛକର୍ମୀମାନଙ୍କୁ ରେନକୋଟ ପ୍ରଦାନ କରାଯାଇଛି।

ସୋମବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ୟୁସିସିଆଇ ଲେଡିଜ ଫୋରମର ସଦସ୍ୟମାନଙ୍କ ଏହି ପଦକ୍ଷେପକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ୟୁସିସିଆଇଏଲ ଲେଡିଜ ଫୋରମର ସଭାପତି ପ୍ରଣତି ପରିଡ଼ା ଓ ସମ୍ପାଦକ ଅର୍ଚ୍ଚନା ମଲ୍ଲଙ୍କ ନେତୃତ୍ଵରେ ରେନକୋଟ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

“ଖରା, ବର୍ଷା, ଶୀତ, କାକରକୁ ଖାତିରି ନକରି ଯେଉଁମାନେ ପରିବେଶକୁ ସଫା ସୁତରା ରଖିଥାନ୍ତି, ଆମମାନଙ୍କୁ ମଧ୍ୟ ବେଳେ ବେଳେ ସେମାନଙ୍କ କଥା ଚିନ୍ତା କରିବା ଆବଶ୍ୟକ। ତେଣୁ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱଚ୍ଛକର୍ମୀମାନଙ୍କ ସୁରକ୍ଷା ପାଇଁ ରେନକୋଟ୍ ଦିଆଯାଇଛି। ଏହା ସେମାନଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଆଶା କରୁଛୁ,’’ କହିଛନ୍ତି ୟୁସିସିଆଇଏଲ ଲେଡିଜ ଫୋରମର ସଭାପତି ପ୍ରଣତି ପରିଡ଼ା।

ସ୍ଵଚ୍ଛକର୍ମୀମାନେ ରେନକୋଟ ପାଇବା ପରେ ୟୁସିସିଆଇଏଲ ଲେଡିଜ ଫୋରମକୁ ଧନ୍ୟବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଲେଡିଜ ଫୋରମର ସଦସ୍ୟ ରୀତା ପଟ୍ଟନାୟକ, ରୋଶନୀ ମିଶ୍ର, ସ୍ଵର୍ଣ୍ଣପ୍ରଭା ସାମଲ, ମୀନତି ଦାସ ଏବଂ ନମିତା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Tags: #UCCILadiesForum #RaincoatDistribution #Chandrasekharpur #Odisha #BMC #Bhubaneswar

LEAVE A REPLY

Please enter your comment!
Please enter your name here