ଓଡ଼ିଶାଲାଇଭ୍ ବ୍ୟୁରୋ

କିଟ୍ ବିଶ୍ୱବିଦ୍ୟାଳୟକୁ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦ (ୟୁଏନ୍‍ ଇକୋସୋକ୍‍) ଦ୍ୱାରା ସ୍ୱତନ୍ତ୍ର ପରାମର୍ଶଦାତା (ସ୍ପେସିଆଲ୍‍ କନ୍‍ସଲ୍‍ଟେଟିଭ୍‍) ମାନ୍ୟତା ପ୍ରଦାନ କରାଯାଇଛି। ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ଯୋଗଦାନକୁ ଦୃଷ୍ଟିରେ ରଖି କିଟ୍‍କୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏହି ସମ୍ମାନଜନକ ମାନ୍ୟତା ପାଇବାରେ ସମଗ୍ର ଭାରତରେ କିଟ୍‍ ହେଉଛି ଏକମାତ୍ର ବିଶ୍ୱବିଦ୍ୟାଳୟ।

ଆମେରିକାର ନ୍ୟୁୟର୍କସ୍ଥିତ ଜାତିସଂଘର ମୁଖ୍ୟାଳୟଠାରେ ଜୁଲାଇ ୨୩ ତାରିଖରେ ଅନୁଷ୍ଠିତ ୟୁଏନ୍‍ ଇକୋସୋକ୍‍ର ପରିଚାଳନା କମିଟି ବୈଠକରେ କିଟ୍‍କୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ସମଗ୍ର ବିଶ୍ୱରୁ ୪୭୬ଟି ଆବେଦନ ମଧ୍ୟରୁ କିଟ୍‍ ବିଶ୍ୱବିଦ୍ୟାଳୟ ସମେତ ୧୯ଟି ଅନୁଷ୍ଠାନ ଏହି ପ୍ରତିଷ୍ଠିତ ସମ୍ମାନ ନିମନ୍ତେ ମନୋନୀତ ହୋଇଛନ୍ତି।

“ଭାରତର ଏକମାତ୍ର ବୈଷୟିକ ଓ ବୃତ୍ତିଗତ ବିଶ୍ୱବିଦ୍ୟାଳୟ ଭାବେ କିଟ୍‍ ବିଶ୍ୱବିଦ୍ୟାଳୟ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦର ସ୍ୱତନ୍ତ୍ର ପରାମର୍ଶଦାତା ମାନ୍ୟତା ପାଇବା ଓଡ଼ିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। ଉଭୟ କିଟ୍‍ ଓ କିସ୍‍ ଏହି ସମ୍ମାନ ପାଇବାର ଗୌରବର ଅର୍ଜ୍ଜନ କରିଛନ୍ତି। ପୂର୍ବରୁ ୨୦୧୫ ମସିହାରେ କିସ୍‍ ଏହି ମାନ୍ୟତା ପାଇଥିଲା” କହିଛନ୍ତି କିଟ୍ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।

ଅନ୍ୟପକ୍ଷରେ କିଟ୍‍ ବିଶ୍ଵବିଦ୍ୟାଳୟର ଜାତିସଂଘ ସହ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଏହି ସହଭାଗିତା ଫଳରେ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜାତିସଂଘର ବିଭିନ୍ନ ସଂସ୍ଥା ସହ ସଂଶ୍ଲିଷ୍ଟ ହେବାର ସୁଯୋଗ ମିଳିବ। ସେମାନେ ଜାତିସଂଘର ବିଭିନ୍ନ ବିକାଶ କାର୍ଯ୍ୟକ୍ରମରେ ନ୍ୟାସନାଲ୍‍ ୟୁନିଭରସିଟି ୟୁଏନ୍‍ ଭଲ୍ୟୁନ୍‍ଟିୟର୍ସ ଭାବେ ନିୟୋଜିତ ହୋଇପାରିବେ।

Tags: #KIITUniversity #UNECOSOC #UnitedNations #Education #Odisha

Comment