ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରିରେ ଏବେ ଲକ୍ଷ୍ମୀ ଯୋଜନା ଅନ୍ତର୍ଗତ ଏସି ବସ୍ ଚଳାଚଳ ବନ୍ଦ ହୋଇଛି। ଜିଲ୍ଲାର ୬ଟି ରୁଟରେ ବସ୍ ଚଳାଚଳକୁ ବାତିଲ କରାଯାଇଛି। ଆରଟିଓ ପକ୍ଷରୁ ଏହି ସବୁ ବସର ପରମିଟ୍ ରଦ୍ଦ ହୋଇଛି।
ମାଲକାନଗିରିରେ ଲକ୍ଷ୍ମୀ ଏସି ବସଗୁଡ଼ିକ ବିଭିନ୍ନ ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚାଲୁଥିଲା। ଏବେ ଏଗୁଡ଼ିକର ପରମିଟ୍ ବାତିଲ ହୋଇଥିବାବେଳେ ସବୁ ବସ୍ ଅପରେଟରଙ୍କୁ ଏହାକୁ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶାରେ ଲକ୍ଷ୍ମୀ ଯୋଜନା ୫୭ଟି ଏସି ବସ୍ ଚଳାଚଳ କରୁଥିଲା। ରାଜ୍ୟରେ ସରକାର ବଦଳିବା ପରେ ଏଥିରୁ ୨୮ଟି ବସ୍ ଚଳାଚଳ ବନ୍ଦ ହୋଇଯାଇଛି। ପୂର୍ବତନ ସରକାର ମାଲକାନଗିରି ଜିଲ୍ଲାରୁ ହିଁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଥିଲେ। ଏବେ ରାଜ୍ୟରେ ଏହି ବସ୍ ସେବାକୁ ନେଇ ଅନିଶ୍ଚିତତା ଦେଖା ଦେଇଛି।
Tags: #LaccmiYojana #BusService #ACBus #Malkangiri