ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କଟକ ସର୍କଲ ଓବିସିସି (ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ ଲିମିଟେଡ) ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ଘରେ ସୋମବାର ଦିନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର ଏବଂ ଭୁବନେଶ୍ଵରର ୧୨ଟି ସ୍ଥାନରେ ଏକାକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ଟିମ।

ପ୍ରଦୀପ କୁମାର ରଥଙ୍କ ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଘର, ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଆଚାର୍ଯ୍ୟନଗରସ୍ଥିତ ଘର, ଆଗରପଡ଼ାରେ ଥିବା ପୈତୃକଘର ଏବଂ କଟକ ବାରବାଟୀ ଷ୍ଟାଡିୟମ ପରିସରରେ ଥିବା କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି।

ଭୁବନେଶ୍ଵର ସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଥିବା ପ୍ରଦୀପ କୁମାର ରଥଙ୍କ ପୁଅ ନାଁରେ ଥିବା ମେଡିସିନ ଷ୍ଟୋର ଏବଂ ଯାଜପୁର ଓ ଖୋର୍ଦ୍ଧାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଦୀପ କୁମାର ରଥଙ୍କର ୪୨ଟି ପ୍ଲଟ, କ୍ରସର, ଜେସିବି, ବିଭିନ୍ନ ସ୍ଥାନରେ ଆଲିସାନ ଘର ଠାବ ହୋଇଛି। କୋଟିପତି ଯନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏହି ଚଢ଼ଉରେ ୯ ଜଣ ଡିଏସପିଙ୍କ ସହ ୧୧ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି।

Tags: #VigilanceRaid #ObccChiefEngineerPradeepKumarRath #Odisha #VigilanceDept

Comment