ଓଡ଼ିଶାଲାଇଭ୍ ବ୍ୟୁରୋ
ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଳିଛି ବଡ଼ ଆଶ୍ଵସ୍ତି। ମନୀଷଙ୍କ ଜାମିନ ଅବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ।
ଦୀର୍ଘ ୧୭ ମାସ ପରେ ଜେଲରୁ ବାହାରିବେ ମନୀଷ ସିସୋଦିଆ। ତିନିଦିନ ପୂର୍ବେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇଥିବାବେଳେ ଶୁକ୍ରବାର ଦିନ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଏହା ପୂର୍ବରୁ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ମନୀଷ ସିସୋଦିଆ।
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୨୦୨୩ ମସିହା ଫେବ୍ରୁଆରି ୨୬ ତାରିଖରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ। ୨୦୨୩ ଜୁଲାଇ ୭ ତାରିଖରେ ମନୀଷ ସିସୋଦିଆଙ୍କ ସମ୍ପତ୍ତି ଆଟାଚ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ମନୀଷ ଏବଂ ତାଙ୍କ ପତ୍ନୀଙ୍କର ୨ଟି ବିଲ୍ଡିଂ ସହ ୧୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ସିଜ କରାଯାଇଥିଲା।
Tags: #Politics #DelhiPolitics #CBI #APP #ManishSisodia #Bail #SupremeCourt