ଓଡ଼ିଶାଲାଇଭ୍ ବ୍ୟୁରୋ        

ରାଜ୍ୟରେ ଲାଗୁ ହେବାକୁ ଯାଉଥିବା ‘ସୁଭଦ୍ରା’ ଯୋଜନାର ଲାଭ କାହାକୁ ମିଳିବ? ଏ ସମ୍ପର୍କରେ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି। ଅଗଷ୍ଟ ୧୫ ତାରିଖରେ ଏସଓପି ଆସିବା ପରେ ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ସ୍ପଷ୍ଟ ଚିତ୍ର ଆସିଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀଙ୍କ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ତେବେ ଆବଶ୍ୟକ ପଡ଼ିଲେ ଏହାର ପରିମାଣ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ। ଏହି ଯୋଜନାରୁ ଲାଭ ପାଇବା ପାଇଁ ଆଧାର କାର୍ଡ ଯଥେଷ୍ଟ। ବାକି ଏସଓପି ଆସିବା ପରେ ଜଣାପଡ଼ିଯିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଲକ୍ଷପତି ଦିଦିଙ୍କ ସଂଖ୍ୟା ବଢ଼ାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି।

Tags: #Odisha #SubhadraYojana #SOP #OdishaGovt

Comment