ଓଡ଼ିଶାଲାଇଭ୍ ବ୍ୟୁରୋ

ଅଶାନ୍ତ ହୋଇପଡ଼ିଥିବା ବାଂଲାଦେଶରେ ହିଂସାର ଶିକାର ହେଉଛନ୍ତି ପ୍ରବାସୀ ଶ୍ରମିକ। ବର୍ତ୍ତମାନ ବାଂଲାଦେଶରେ ଫସି ରହିଛନ୍ତି ଅନେକ ଓଡ଼ିଆ ଶ୍ରମିକ। ସେମାନଙ୍କୁ ଶୀଘ୍ର ଓଡ଼ିଶା ଫେରାଇ ଆଣିବାକୁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର।

ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ବାଂଲାଦେଶରୁ ସମସ୍ତ ଓଡ଼ିଆ ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ସୋମବାର ଦିନ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।

ମନ୍ତ୍ରୀ କହିଛନ୍ତି, ବାଂଲାଦେଶରେ କେତେ ଓଡ଼ିଆ ଶ୍ରମିକ ରହିଛନ୍ତି ତା’ର ଏକ ତାଲିକା ପ୍ରସ୍ତୁତ କରାଯାଉଛି। ତାଲିକା ପ୍ରସ୍ତୁତ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଦାୟିତ୍ଵ ଦିଆଯାଇଛି। ଶ୍ରମ ଅଧିକାରୀମାନେ ନିଜ ନିଜ ଜିଲ୍ଲାର ତାଲିକା ପଠାଇବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ।

Tags: #Odisha #OdiaLabour #Bangladesh #OdishaGovt

Comment