ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟୁ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀ। ଦୁଇଦିନ ଧରି ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ପରେ ଗୁରୁବାର ଦିନ ତାଙ୍କୁ ଗିରଫ କରାଯାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ପୁରେନ୍ଦ୍ର ସେଠୀଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ବୁଧବାର ଦିନ ପୁରେନ୍ଦ୍ର ସେଠୀଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍।

ଉଚ୍ଚ ମାଧ୍ୟମିକ ପରିଷଦର ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରୁ ଚଢ଼ଉ ବେଳେ ନଗଦ ୧ ଲକ୍ଷ ୭୦ ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କ, ବୀମା ଓ ମ୍ୟୁଚୁଆଲ ଫଣ୍ଡରେ ୧୬ ଲକ୍ଷ ଟଙ୍କାର ଜମା ଥିବା ଚଢ଼ଉ ବେଳେ ଜଣାପଡ଼ିଛି।

ଏହା ସହ ତାଙ୍କର ଭୁବନେଶ୍ଵରସ୍ଥିତ କାନନବିହାରଠାରେ ୧୦,୮୮୦ ବର୍ଗଫୁଟ ଅଞ୍ଚଳ ଜମିରେ ୪ ମହଲା ବିଶିଷ୍ଟ କୋଠା ରହିଛି। ବିଭିନ୍ନ ଲୋକଙ୍କ ନାଁରେ ପୁରେନ୍ଦ୍ର ସେଠୀ ୬ ଡିସିମିଲରୁ ୧୧ଡିସିମିଲ ପରିମିତ ମୋଟ ୧୬ଟି ମୂଲ୍ୟବାନ ଜମି କ୍ରୟ କରିଥିବା ଚଢ଼ଉ ବେଳେ ଜଣାପଡ଼ିଛି। ଦୁଇଟି କାର ଓ ୫ ବାଇକ ଠାବ କରାଯାଇଛି।

ଦୁଇ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ ସିଏଚଏସସି ରେକର୍ଡ ସପ୍ଲାଏର ପୁରେନ୍ଦ୍ର ସେଠୀ। କିନ୍ତୁ ତା’ ପୂର୍ବରୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ସରକାରୀ ବାବୁ। ଜବତ ସମ୍ପତ୍ତିର ମୂଲ୍ୟ ସମ୍ପର୍କରେ ପୁରେନ୍ଦ୍ର ସେଠୀ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Tags: #VigilanceRaid #CHSCRecordSupplierPurendraSethiArrested #Odisha #Vigilance

LEAVE A REPLY

Please enter your comment!
Please enter your name here