ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା ଫାଲକନ୍ ଗ୍ରୁପର ପ୍ରତିଷ୍ଠାତା ତାରା ରଞ୍ଜନ ପଟ୍ଟନାୟକ ‘ହୁରୁନ୍ ଇଣ୍ଡିଆ’ ଧନୀ ବ୍ୟକ୍ତିଙ୍କ ତାଲିକା ୨୦୨୪’ରେ ସ୍ଥାନ ପାଇଛନ୍ତି। ଏଥିରେ ସେ ସାରା ଭାରତରେ ୫୪୦ତମ ସ୍ଥାନରେ ରହିଛନ୍ତି। ତାରା ରଞ୍ଜନ ପଟ୍ଟନାୟକ ଓ ତାଙ୍କ ପରିବାରର ମୋଟ ସମ୍ପତ୍ତି ୪,୯୦୦ କୋଟି ଟଙ୍କାର ହୋଇଥିବା ତାଲିକାରେ ଅକାଳନ କରାଯାଇଛି।

ଫାଲକନ୍ ଗ୍ରୁପ ଓଡ଼ିଶାରେ ୪୦ ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିଲା। ଆରମ୍ଭରୁ ତାରା ରଞ୍ଜନ ପଟ୍ଟନାୟକ କମ୍ପାନିର କାରବାର ବୃଦ୍ଧି ଦିଗରେ କାର୍ଯ୍ୟ କରି ଆସିଛନ୍ତି। ଆଜି ଫାଲକନ୍ ମେରିନ୍ ଏକ୍ସପୋର୍ଟସର ଭାରତର ସବୁଠୁ ବଡ଼ ସିଫୁଡ ରପ୍ତାନିକାରୀ କମ୍ପାନି ପାଲଟିଛି। ଏହି ଗ୍ରୁପ୍ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ ଦୁବାଇରେ ଏକ ପ୍ରମୁଖ ଶିଳ୍ପ ସଂସ୍ଥା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି।

ଅନ୍ୟପଟେ ‘ହୁରୁନ୍’ ହେଉଛି ଲକ୍ସେମବର୍ଗର ଏକ ସଂସ୍ଥା। ପ୍ରତିବର୍ଷ ଏହା ବିଶ୍ୱବ୍ୟାପୀ ବିଭିନ୍ନ କମ୍ପାନି ଓ ଧନୀ ବ୍ୟକ୍ତିଙ୍କ ଉପରେ ଏକ ବିସ୍ତୃତ ପରିସଂଖ୍ୟାନ ରିପୋର୍ଟ ପ୍ରସ୍ତୁତ କରିଥାଏ। ଚଳିତବର୍ଷର ‘ହୁରୁନ୍ ଇଣ୍ଡିଆ’ ଧନୀ ତାଲିକାରେ ଗୌତମ ଆଦାନୀ ପ୍ରଥମ ସ୍ଥାନରେ ରହିଥିବାବେଳେ ମୁକେଶ ଅମ୍ବାନୀ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।   

Tags: #HURUNIndiaRichList2024 #TaraRanjanPatnaik #FalconGroup #Odisha

LEAVE A REPLY

Please enter your comment!
Please enter your name here