ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଚକ୍ଷୁଦାନକୁ ପ୍ରୋତ୍ସାହିତ କରିବା ପାଇଁ ଦେଶରେ ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ଯାଏଁ ଜାତୀୟଚକ୍ଷୁଦାନ ପକ୍ଷ ଭାବେ ପାଳନ କରାଯାଉଛି। 

ଜଣେ ମୃତ ବ୍ୟକ୍ତିର ଚକ୍ଷୁଦାନ ଦ୍ୱାରା ଆଉ ଜଣେ ଦୃଷ୍ଟିହୀନ ବ୍ୟକ୍ତିର ଦୁନିଆ ଆଲୋକିତ ହୋଇପାରେ। ଚିକିତ୍ସା ବିଜ୍ଞାନର ସଫଳତା ଯୋଗୁଁ ଆଜି ଏହା ସମ୍ଭବ ହୋଇପାରିଛି।

ତେଣୁ ମୃତ୍ୟୁ ପରେ ଲୋକମାନେ ଚକ୍ଷୁଦାନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଫଳରେ ମୃତ ବ୍ୟକ୍ତିର ଆଖିରୁ କର୍ନିଆ ବା ସ୍ୱଚ୍ଛପଟଳକୁ କାଢ଼ି ଜଣେ ଦୃଷ୍ଟିହୀନଙ୍କ ଆଖିରେ ପ୍ରତିରୋପଣ କରାଯାଉଛି। ଫଳରେ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ଦୁନିଆ ଦେଖିବାର ସୁଯୋଗ ପାଉଛି। ଆସନ୍ତୁ ଚକ୍ଷୁଦାନ କରିବା, ମୃତ୍ୟୁ ପରେବି ଦୁନିଆକୁ ଦେଖିବା।

ଚକ୍ଷୁଦାନ କ’ଣ, ଚକ୍ଷୁଦାନ କେମିତି କରାଯାଏ ଏବଂ ଚକ୍ଷୁଦାନର ଆବଶ୍ୟକତା କେତେ ରହିଛି – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ (ଫେସବୁକ, ଟୁଇଟର) ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

କର୍ଣ୍ଣିଆ ବା ସ୍ୱଚ୍ଛ ପଟଳ। କର୍ଣ୍ଣିଆର ମୁଖ୍ୟ କାର୍ଯ୍ୟ ହେଉଛି ଏହା ଆଖିକୁ ଦେଖିବାରେ ସାହାଯ୍ୟ କରେ। ଏହା ମଧ୍ୟ ଦେଇ ଲାଇଟ୍ ପାସ୍ କଲେ ଆମକୁ ଦୃଶ୍ୟମାନ ହୋଇଥାଏ। ଜନ୍ମରୁ କିମ୍ବା ଅନ୍ୟାନ୍ୟ କାରଣରୁ ଏହି କର୍ଣ୍ଣିଆ ଖରାପ ହୋଇଗଲେ ଆମେ କିଛି ଦେଖିପାରିନଥାଉ। ଏହି ପରିସ୍ଥିତିରେ ଅପରେସନ ଜରିଆରେ କର୍ଣ୍ଣିଆ ପ୍ରତିରୋପଣ କରାଯାଇଥାଏ। ଏହାକୁ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟେସନ କୁହାଯାଏ ବୋଲି ଡାକ୍ତର କୁହନ୍ତି।

ତେବେ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ କେମିତି କରାଯାଏ, କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ କେତେ ନିରାପଦ, କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ ପରର ସାବଧାନତା କ’ଣ ଓ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ ପରେ ଚକ୍ଷୁ ସମସ୍ୟା ଦେଖାଯାଏ ନା ନାହିଁ, ଏ ସମସ୍ତ ବିଷୟରେ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୁଜାତା ଦାସଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #EyeDonation #NationalEyeDonationFortnight #ICanSeeClearlyNow #CorneaTransplant #DoctorAdvice #OdiaHealthTips

LEAVE A REPLY

Please enter your comment!
Please enter your name here