ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଏଏସଆଇ ରାମଚନ୍ଦ୍ର ସୋରେନ।

ଏକ ଘରୋଇ ଗଣ୍ଡଗୋଳ ମାମଲାରୁ ନାଁ ହଟାଇବାକୁ ଶୁଭ୍ରାଂଶୁ ଶେଖର ଦତ୍ତଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବାରିପଦା ଟାଉନ ଥାନା ଏଏସଆଇ। ଏ ସମ୍ପର୍କରେ ଶୁଭ୍ରାଂଶୁ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ।

ଶନିବାର ଦିନ ବାରିପଦା ଭଜିଲାନ୍ସ ଆଡିସନାଲ ଏସପି ହରେକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଏଏସଆଇଙ୍କୁ ଧରିବାକୁ ଯୋଜନା କରାଯାଇଥିଲା। ପୂର୍ବ ଯୋଜନା ମୁତାବକ ଶ୍ରୁଭ୍ରାଂଶୁ ଏଏସଆଇ ରାମଚନ୍ଦ୍ର ସୋରେନଙ୍କୁ ୬ ହଜାର ଟଙ୍କା ଦେବା ସମୟରେ ତାଙ୍କୁ କାବୁ କରିଥିଲେ ଭିଜିଲାନ୍ସ ଅଧିକାରୀ।

ଭିଜିଲାନ୍ସ ଅଧିକାରୀ ଟଙ୍କା ଜବତ କରିବା ସହ ରାମଚନ୍ଦ୍ର ସୋରେନଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ ସହ ବିଭିନ୍ନ ଠିକଣାରେ ତନାଘନା ଆରମ୍ଭ କରିଛନ୍ତି।

Tags: #Mayurbhanj #Baripada #VigilanceTrap #BaripadaPolice #ASIRamchandraSoren #Odisha

LEAVE A REPLY

Please enter your comment!
Please enter your name here