ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ନିଜ ପିଉସୀଙ୍କୁ ଧାରୁଆ ଅସ୍ତ୍ରରେ ଅତିନର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛି ପୁତୁରା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଦହିକୋଟି ଗ୍ରାମରେ। ମୃତ ମହିଳା ହେଉଛନ୍ତି ଚାରୁଲତା ମିଶ୍ର। ଗିରଫ ଅଭିଯୁକ୍ତ ହେଉଛନ୍ତି ତନ୍ମୟ କୁମାର ମିଶ୍ର।

ଅଭିଯୁକ୍ତ ତନ୍ମୟଙ୍କ ମା’ ବାରିପଦାର ଏକ ସ୍କୁଲରେ ଚାକିରି କରନ୍ତି। ଏହି କାରଣରୁ ସେ ଅଧିକାଂଶ ସମୟ ବାରିପଦା ସ୍ଥିତ ନିଜ ଭାଇଙ୍କ ଘରେ ରୁହନ୍ତି। କିନ୍ତୁ ଦହିକୋଟି ଗାଁରେ ତନ୍ମୟ ଏବଂ ତାଙ୍କ ପିଉସୀ ଚାରୁଲତା ରହୁଥିଲେ।

ବୁଧବାର ଦିନ ତନ୍ମୟ କଲେଜରୁ ଫେରିବା ପରେ କୌଣସି କଥାକୁ ନେଇ ଉଭୟ ଚାରୁଲତା ଓ ତନ୍ମୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ରାଗି ଯାଇ ତନ୍ମୟ ଘରେ ଥିବା ଏକ ଧାରୁଆ ଅସ୍ତ୍ରରେ ଚାରୁଲତାଙ୍କ ଉପରକୁ ବାରମ୍ବାର ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ଚାରୁଲତାଙ୍କର ମୃତ୍ୟୁ ହୋଇଥିଲା।

ଚାରୁଲତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚାରୁଲତାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଗ୍ରାମବାସୀ ଅଭିଯୁକ୍ତ ତନ୍ମୟଙ୍କୁ ଅଟକ ରଖି ବେତନଟୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ତନ୍ମୟଙ୍କୁ ଗିରଫ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: #Mayurbhanj #Murder #PoliceInvestigation #DahikotaVillage

LEAVE A REPLY

Please enter your comment!
Please enter your name here