(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଗୁରୁଦିବସ ଅବସରରେ ୭ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସ୍ନାତକ ଓ ସ୍ନାତକୋତ୍ତର ବିଭାଗ ଦ୍ୱାରା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ୭ ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ସମ୍ବର୍ଦ୍ଧିତ ହୋଇଥିବା ଶିକ୍ଷକମାନେ ହେଲେ ଶ୍ୟାମସୁନ୍ଦର ଶତପଥି, ଭାଗବତ ପଣ୍ଡା, ସୁଶ୍ରୀ ବୀଣାପାଣି ପଣ୍ଡା, ଡକ୍ଟର ଶଶିଧର ବିଶ୍ୱାଳ, ଶରତ ଚନ୍ଦ୍ର ମିଶ୍ର, ସଚ୍ଚିଦାନନ୍ଦ ମହାନ୍ତି ଓ ଶ୍ରୀକୁମାର କବି।

ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ। ସେ କହିଥିଲେ ଶିକ୍ଷକ ହେଉଛନ୍ତି ମଣିଷ ତିଆରି କାରଖାନାର ମୁଖ୍ୟ। ସେମାନଙ୍କ ଦିଗଦର୍ଶନ ପାଇଁ ଲକ୍ଷ ଲକ୍ଷ ସଫଳ ଛାତ୍ରଛାତ୍ରୀ ସଫଳତାର ଶୀର୍ଷକୁ ଛୁଇଁ ପାରୁଛନ୍ତି।

ଏହି ଅବସରରେ ବିଶ୍ୱବିଦ୍ୟାଳୟର ଉଦ୍ୟାନରେ କାର୍ଯ୍ୟରତ କର୍ମଚାରୀ ରବି ମାଝୀ, ବିଶ୍ୱରଞ୍ଜନ ହେମ୍ବ୍ରମ ଓ ବେଣୁଧର ପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

Tags: #TeachersDay #Falicitation #Odisha #Mayurbhanj #Teachers

Comment