ଓଡ଼ିଶାଲାଇଭ୍ ବ୍ୟୁରୋ

ଭିତରକନିକା ଜାତୀୟ ଉଦ୍ୟାନରେ ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବ ଦେଶୀୟ ପକ୍ଷୀ ଗଣନା। ଚଳିତବର୍ଷ ଭିତରକନିକାରେ କେଉଁ ପ୍ରଜାତିର ଓ କେତେ ସଂଖ୍ୟାରେ ଦେଶୀୟ ପକ୍ଷୀ ରହିଛନ୍ତି ସେସବୁର ଗଣନା କରାଯିବ। ଏଥିରେ ବନ ବିଭାଗର ଏକାଧିକ ଟିମ୍ ନିୟୋଜିତ ହେବେ। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି।

ଭିତରକନିକାରେ ପକ୍ଷୀ ଗଣନା ସେପ୍ଟେମ୍ବର ୯ରୁ ୧୩ ତାରିଖ ଯାଏଁ ଚାଲିବ। ଏହି ୫ ଦିନ ଭିତରକନିକାର କନିକା ରେଞ୍ଜରେ ମଠଆଡିଆ, ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ରାଜନଗର ରେଞ୍ଜରେ ବାଲିଡିଆ ଭଳି ସ୍ଥାନରେ ପକ୍ଷୀ ଗଣନା କରାଯିବ।

ଭିତରକନିକାରେ ଦେଶୀ ବଗ, ବତକ, ଗେଣ୍ଡାଳିଆଙ୍କ ସମେତ ୧୫ରୁ ଅଧିକ ଦେଶୀ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳନ୍ତି। ଏମାନେ ବର୍ଷ ଋତୁ ଆରମ୍ଭରେ ଭିତରକନିକାର ନଦୀ ମୁହାଣରେ ବିଭିନ୍ନ ଗଛରେ ବସା ବାନ୍ଧିଥାନ୍ତି।

ପ୍ରତିବର୍ଷ ଭିତରକନିକାରେ ଜାନୁଆରୀ ମାସରେ ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଉଥିବାବେଳେ ସେପ୍ଟେମ୍ବର ମାସରେ ଦେଶୀୟ ପକ୍ଷୀ ଗଣନା କରାଯାଇଥାଏ। ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ସଂଖ୍ୟକ ଦେଶୀୟ ପକ୍ଷୀ ଗଣନା କରାଯିବା ନେଇ ବନ ବିଭାଗ ଆଶାବାଦୀ ଅଛି।

Tags: #BhitarkanikaNationalPark #LocalBirds #BirdCensus #Kendrapara

LEAVE A REPLY

Please enter your comment!
Please enter your name here