ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଜିଲ୍ଲା ପରେ ବାର୍ଡ ଫ୍ଲୁର ହଟସ୍ପଟ ପାଲଟିଛି କେନ୍ଦ୍ରାପଡ଼ା। ବାର୍ଡ ଫ୍ଲୁକୁ ନେଇ ଜିଲ୍ଲାବାସୀଙ୍କ ମନରେ ଭୟ ପଶିଛି। ଏପଟେ ଲୋକଙ୍କ ସୁରକ୍ଷାକୁ ନେଇ ସ୍ଵାସ୍ଥ୍ୟବିଭାଗ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ତତ୍ପରତା ବଢ଼ିଛି।  

କେନ୍ଦ୍ରାପଡ଼ା ଜିଲ୍ଲାରେ ବାର୍ଡ ଫ୍ଲୁକୁ ଭୟ ସୃଷ୍ଟି ହୋଇଥିବାବେଳେ ୫ ଜଣ କୁକୁଡ଼ା ଚାଷୀ ହୋମ କ୍ଵାରେଣ୍ଟିନରେ ରହିଛନ୍ତି। ପରୀକ୍ଷଣ ପାଇଁ କ୍ଵାରେଣ୍ଟିନରେ ଥିବା ୫ଜଣ ଚାଷୀଙ୍କଠାରୁ ନମୁନା ସଂଗ୍ରହ କରାଯାଇଛି। ଏହା ସହ କୁକୁଡ଼ା ମରୁଥିବା ସବୁ ଫାର୍ମର ଚାଷୀଙ୍କୁ କ୍ଵାରେଣ୍ଟିନରେ ରହିବାକୁ ସ୍ଵାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

କେନ୍ଦ୍ରାପଡ଼ାର ବାଲିଆ, ଗୋଲରାହାଟ, ନରସିଂହପୁର ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଥିବାରୁ ସେହି ଅଞ୍ଚଳର କୁକୁଡ଼ା ଚାଷୀମାନଙ୍କ ସଂସ୍ପର୍ଶରେ ନଆସିବା ଲାଗି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯିବା ସହ ସମ୍ପୃକ୍ତ ଚାଷୀଙ୍କୁ ହୋମ କ୍ଵାରେଣ୍ଟିନରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ବାର୍ଡ ଫ୍ଲୁ ବ୍ୟାପିଥିବା ଅଞ୍ଚଳଗୁଡ଼ିକରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି। ସମ୍ପୃକ୍ତ ଅଞ୍ଚଳଗୁଡ଼ିକରୁ କୁକୁଡ଼ା ଏବଂ ଅଣ୍ଡା ସପ୍ଲାଇ ବନ୍ଦ ରହିଛି। ବର୍ତ୍ତମାନ ସମୟରେ କୁକୁଡ଼ା ମାଂସ ଏବଂ ଅଣ୍ଡା ନଖାଇବା ଲାଗି ଲୋକଙ୍କୁ ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି।

Tags: #BirdFlu #Kendrapara #Odisha #BirdFluVirus

LEAVE A REPLY

Please enter your comment!
Please enter your name here