ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ୩ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

କ୍ୟାବିନେଟ୍ ବୈଠକରେ ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନ ଆଦାନୀ ପୋର୍ଟସ୍ ଆଣ୍ଡ ଏସଇଜେଡକୁ ହସ୍ତାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଛି। ଏବେ ଏହି ବନ୍ଦରର ୫ ପ୍ରତିଶତ ଅଂଶଧାନ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ପାଖରେ ରହିବ। ଏହାଦ୍ଵାରା ଗୋପାଳପୁର ବନ୍ଦରର ଉନ୍ନତିକରଣ ହେବାସହ ରାଜ୍ୟରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ବଢ଼ାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସେହିପରି ରାଜ୍ୟରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ସେମାନଙ୍କ ଝିଅଙ୍କୁ ନିଯୁକ୍ତି ପାଇଁ ଅଧିକାର ମିଳିପାରିବ। ଏନେଇ କେବିନେଟରେ ଅନୁମୋଦିତ ହୋଇଛି।

ଅନ୍ୟପଟେ ଓଡ଼ିଶାର ଅଗ୍ନିବୀର ସୈନ୍ୟଙ୍କୁ ରାଜ୍ୟର ପୋଲିସ ଓ ଅଗ୍ନିଶମ ବାହିନୀ ଭଳି ୟୁନିଫର୍ମ ସେବାରେ ସଂରକ୍ଷଣ ମିଳିବା ନେଇ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Tags: #CabinetMeeting #Govtproposals #StateCabinet #CMMohanCharanMajhi #Odisha

LEAVE A REPLY

Please enter your comment!
Please enter your name here