ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଅକ୍ଟୋବର ୨୭ ତାରିଖରେ ଓସିଏସ ପ୍ରିଲିମିନାରି ପରୀକ୍ଷା ହେବ। ଏନେଇ ଗୁରୁବାର ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଓସିଏସ ପ୍ରିଲିମିନାରି ପରୀକ୍ଷା ପାଇଁ ଏବେ କେବଳ ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। ଆଗକୁ ଓପିଏସସିର ୱେବସାଇଟରେ ପ୍ରାର୍ଥୀମାନେ ପରୀକ୍ଷା ବାବଦରେ ଅଧିକ ସୂଚନା ପାଇପାରିବେ।

ଚଳିତବର୍ଷର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଆବେଦନ ଲାଗି ୨୦୨୪ ଫେବ୍ରୁଆରି ମାସରେ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥର ରାଜ୍ୟରେ ମୋଟ ୧୦୫୬ଟି ପ୍ରଶାସନିକ ପଦବୀ ପାଇଁ ଏହି ପରୀକ୍ଷା କରାଯିବ।

ଯେଉଁ ପ୍ରାର୍ଥୀମାନେ ପ୍ରିଲିମିନାରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନେ ପରବର୍ତ୍ତୀ ସମୟରେ ଓସିଏସ ମେନ ପରୀକ୍ଷା ଦେବେ। ଏହାପରେ ସେମାନଙ୍କ ଇଣ୍ଟରଭ୍ୟୁ କରାଯାଇ ଯୋଗ୍ୟ ପ୍ରାର୍ଥୀଙ୍କୁ ପଦବୀ ପାଇଁ ଚୟନ କରାଯିବ।

Tags: #OdishaCivilServiceExam #CivilServices #Employment #OPSC #Odisha

LEAVE A REPLY

Please enter your comment!
Please enter your name here