ଓଡ଼ିଶାଲାଇଭ୍ ବ୍ୟୁରୋ  

କର୍ଣ୍ଣାଟକର ମାଙ୍ଗାଲୋରରେ ଚାଲିଛି ୭୭ତମ ଜାତୀୟ ସନ୍ତରଣ ପ୍ରତିଯୋଗିତା। ଏଥିରେ ଓଡ଼ିଶାର ମହିଳା ଟିମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ସନ୍ତରଣରେ ଓଡ଼ିଶାର ଏହା ପ୍ରଥମ ଜାତୀୟସ୍ତରର ସ୍ୱର୍ଣ୍ଣ ପଦକ।

ଜାତୀୟ ସନ୍ତରଣ ପ୍ରତିଯୋଗିତାର ମହିଳା ୪ ଗୁଣା ୧୦୦ ରିଲେ ଇଭେଣ୍ଟରେ ଓଡ଼ିଶାକୁ ଏହି ସ୍ଵର୍ଣ୍ଣ ପଦକ ମିଳିଛି। ପ୍ରତ୍ୟାଶା ରାୟ, ମନ୍ନତା ମିଶ୍ର, ସୃଷ୍ଟି ଉପାଧ୍ୟାୟ ଓ ସୋନିଆ ପଟେଲକୁ ନେଇ ଗଠିତ ଓଡ଼ିଶା ଟିମ୍ ୪ ମିନିଟ ୨୭.୨୯ ସେକେଣ୍ଡରେ ସନ୍ତରଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ପ୍ରତିଯୋଗିତାରେ ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ ରେଲୱେ ଭଳି ଟିମକୁ ପଛରେ ପକାଇ ଓଡ଼ିଶା ଚାମ୍ପିୟନ ହୋଇଥିଲା। ସ୍ଵିଇମିଂ ପୁଲର ସବୁଠାରୁ କଷ୍ଟସାଧ୍ୟ ଲେନ ୮ରେ ରହିବା ସତ୍ତ୍ୱେ ଓଡ଼ିଶାର ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରିଥିଲେ।

ଏହି ସଫଳତା ପାଇଁ ଜାତୀୟ ସନ୍ତରଣ ଫେଡେରେଶନର ସାଧାରଣ ସମ୍ପାଦକ ମୋନାଲ ଚୋକସି ଓଡ଼ିଶାର ପ୍ରତିଯୋଗୀମାନଙ୍କ ପ୍ରଶଂସା କରିଛନ୍ତି।

ଚଳିତବର୍ଷ ଜାତୀୟ ସିନିୟର ସନ୍ତରଣ ଚାମ୍ପିୟନସିପରେ ଓଡ଼ିଶାର ଏହା ତୃତୀୟ ପଦକ। ପୂର୍ବରୁ ୪ ଗୁଣା ୨୦୦ ରିଲେ ଇଭେଣ୍ଟରେ ବ୍ରୋଞ୍ଜ ଏବଂ ମହିଳା ୧୦୦ ମିଟର ଇଭେଣ୍ଟରେ ପ୍ରତ୍ୟାଶା ରାୟ ରୌପ୍ୟ ପଦକ ଜିତିଥିଲେ।

Tags: #NationalAquaticsChampionship2024 #GoldMedal #Swimming #Odisha

LEAVE A REPLY

Please enter your comment!
Please enter your name here