ଓଡ଼ିଶାଲାଇଭ୍ ବ୍ୟୁରୋ

ଲଘୁଚାପ ପ୍ରଭାବରେ ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାକୁ ଲାଗିଛି। ଫଳରେ ଗୁରୁବାର ଦିନ ଆଉ ୨ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ୪ଟି ଗେଟ ଦେଇ ଜଳ ନିଷ୍କାସନ ଚାଲିଛି। ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଖୋଲା ଯାଇଥିବା ୪ଟି ଗେଟ ମଧ୍ୟରୁ ବାମପାଟରେ ୩ଟି ଓ ଡାହାଣ ପଟରେ ଗୋଟିଏ ଗେଟ ଦେଇ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୧ ହଜାର ୩୪୩ କ୍ୟୁସେକ ଜଳ ପ୍ରବେଶ କରୁଛି। ଜଳସ୍ତର ବଢ଼ିଲେ ଆବଶ୍ୟତକା ଦେଖି ଅଧିକ ଗେଟ ଖୋଲାଯିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି।

Tags: #Hirakud #gate #odisha #waterrelease #Rainfall

Comment