ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ଅନେକ ଶିକ୍ଷକ ଓ ଅନ୍ୟାନ୍ୟ ପଦବୀରେ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଏଥିରେ ବିଭିନ୍ନ ବିଷୟରେ ୨,୬୨୯ଟି ପଦବୀରେ ନିଯୁକ୍ତି ମିଳିବ।
ଏହି ପଦବୀ ପାଇଁ ହେବାକୁ ଥିବା ପରୀକ୍ଷା ଲାଗି ଏବେ ଓଏସଏସଏସସି ପକ୍ଷରୁ ଅନଲାଇନ ଆବେଦନ ଜାରି ରହିଛି। ଅକ୍ଟୋବର ୧୦ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।
ଆପଣମାନେ ଏହିସବୁ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।
ପଦବୀ ସଂଖ୍ୟା
- ଶିକ୍ଷକ ଓ ଅନ୍ୟାନ୍ୟ ପଦବୀ – ୨,୬୨୯
ଯୋଗ୍ୟତା
- ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
- ଆବେଦନ କରୁଥିବା ବିଷୟରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
- ସେମାନେ ବି ଏଡ କିମ୍ବା ଇଣ୍ଟିଗ୍ରେଟେଡ ବି ଏଡ ପାସ କରିଥିବା ଆବଶ୍ୟକ
- ଶିକ୍ଷକ ବ୍ୟତୀତ କିଛି ଅନ୍ୟ ପଦବୀ ପାଇଁ ଯୁକ୍ତ ୨ ପାସ କରିଥିବା ଆବଶ୍ୟକ
ଚୟନ ପ୍ରକ୍ରିୟା
- ଶିକ୍ଷକ ପଦବୀ ପାଇଁ ଲିଖିତ ପରୀକ୍ଷା କରାଯିବ
- ଲିଖିତ ପରୀକ୍ଷା ଓ କ୍ୟାରିୟର ନମ୍ବର ମାର୍କ ଆଧାରରେ ପ୍ରାର୍ଥୀମାନଙ୍କ ଚୟନ କରାଯିବ
- ମେରିଟ ଲିଷ୍ଟ ଅଧାରରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଶିକ୍ଷକ ଭାବେ ନିଯୁକ୍ତି ମିଳିବ
କେମିତି କରିବେ ଆବେଦନ
- ଓଏସଏସଏସସିର ୱେବସାଇଟ୍ www.osssc.gov.inକୁ ଯାଆନ୍ତୁ
- ୱେବସାଇଟ୍ ଭିତରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
- ଏହାପରେ ସେଠାରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
- ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ
ଏହି ସବୁ ଶିକ୍ଷକ ପଦବୀ ପାଇଁ କେବେ ପରୀକ୍ଷା କରାଯିବ ସେ ନେଇ ଓଏସଏସଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଓଏସଏସଏସସିର ୱେବସାଇଟରେ ଉପଲବ୍ଧ।
Tags: #TeacherPosts #GovtAidedSchools #Employment #Careers #Education #Odisha