ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ଓ୍ଵାର୍ଲ୍ଡ ହାର୍ଟ ଡେ’ ବା ବିଶ୍ଵ ହୃଦୟ ଦିବସ-୨୦୨୪। ହୃଦୟ ପାଇଁ ଗୋଟିଏ ଦିନ। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ଆଧୁନିକ ଜୀବନଶୈଳୀ, ଖାଦ୍ୟପେୟ ତଥା ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଆଜିକାଲି କମ୍‌ ବୟସରେ ହୃଦ୍‌ଘାତ ଦେଖାଦେଉଛି। ତେଣୁ ଏହାର ନିରାକରଣ କରିବା ନିହାତି ଜରୁରୀ। ଆସନ୍ତୁ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଭିଭୁତେନ୍ଦ୍ର ମହାନ୍ତିଙ୍କଠାରୁ ହାର୍ଟର ଯତ୍ନ ଓ କମ୍‌ ବୟସରୁ ହାର୍ଟ ଆଟାକକୁ ପରି ରୋକିବା, ସେ ବିଷୟରେ ଜାଣିବା।

ହାର୍ଟ ଆଟାକ୍ କାହିଁକି ହୁଏ, ହାର୍ଟ ଆଟାକ୍କୁ ଚିହ୍ନିବେ କିପରି ଏବଂ କାହାକୁ ହାର୍ଟ ଆଟାକ୍ ହେବାର ଆଶଙ୍କା ଅଧିକ ରହିଛି – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର)ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

Tags: #WorldHeartDay #HeartDisease #HeartAttack #Treatment #Awareness #UseHeartforAction

Comment