ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ମହାଳୟା ଅମାବାସ୍ୟା। ଆଜି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀ ଓ ଯାଜପୁରର ନାଭିଗୟାରେ ପିଣ୍ଡଦାନ କରିବା ଲାଗି ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହିଛି।

ଉତ୍କଳୀୟ ପରମ୍ପରା ଅନୁଯାୟୀ ଆଶ୍ୱିନ ମାସ କୃଷ୍ଣ ପକ୍ଷରେ ମହାଳୟା ଅମାବାସ୍ୟା ପଡ଼ିଥାଏ। ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ମୋକ୍ଷ ପ୍ରାପ୍ତି ହୁଏ। ସେହିପରି ପିଣ୍ଡଦାନ ଦ୍ଵାରା ପରିବାରବର୍ଗଙ୍କୁ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ଏଥର ଶ୍ରୀମନ୍ଦିର ବାଇଶି ପାହାଚରେ ପିଣ୍ଡଦାନ କରିବା ପାଇଁ ବାରଣ ଥିବାରୁ ଶ୍ରୀମନ୍ଦିରର ଉତ୍ତରଦ୍ୱାର ପଟେ ପିଣ୍ଡଦାନ ପାଇଁ ବେଶ ଭିଡ଼ ଦେଖିବାକୁ ମିଳିଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି। ଏହାସହ ପୁରୀର ତୀର୍ଥ ପୁଷ୍କରିଣୀ, ମହୋଦଧି ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପିଣ୍ଡଦାନ କରାଯାଉଛି।

ସେହିପରି ପ୍ରବିତ୍ର ମହାଳୟାରେ ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଥିବା ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ଵତନ୍ତ୍ର ପରମ୍ପରା ରହିଛି। ତେଣୁ ଏଠାରେ ଶ୍ରାଦ୍ଧ ଦେବା ଲାଗି ସକାଳୁ ଲୋକଙ୍କ ପ୍ରବଳ ଭିଡ଼ ଜମିଛି।

ଅନ୍ୟପଟେ ମହାଳୟା ଅବସରରେ ବିଭିନ୍ନ ଶକ୍ତିପୀଠରେ ମା’ଙ୍କ ଷୋଡ଼ଶ ପୂଜା ଚାଲିଛି। ସମ୍ବଲପୁରସ୍ଥିତ ସମଲେଶ୍ଵରୀ ମନ୍ଦିରରେ ମା’ଙ୍କ ଧବଳମୁଖୀ ବେଶ ହୋଇଛି। ବର୍ଷକରେ ଥରେ ମା’ ସମଲେଶ୍ଵରୀ ଏହି ବେଶରେ ଦର୍ଶନ ଦେଇଥାନ୍ତି। ମା’ଙ୍କ ଦର୍ଶନ କରିବା ପାଇଁ ଏଠାରେ ଭକ୍ତଙ୍କ ସମାଗମ ହୋଇଛି।

Tags: #Mahalaya #PindDaan #Srimandir #NaviGaya #Puri #Jajpur #Odisha

LEAVE A REPLY

Please enter your comment!
Please enter your name here