ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୫ ତାରିଖରେ ମିଳିବ ପିଏମ୍ କିଷାନ ଯୋଜନାର ୧୮ତମ କିସ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯିବ। ଏହି ଅବସରରେ ଓଡ଼ିଶାରେ ଜିଲ୍ଲା ସ୍ତରରେ ଚାଷୀମାନଙ୍କୁ ନେଇ କାର୍ଯ୍ୟକ୍ରମ କରାଯିବ। ଏନେଇ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି।

ପିଏମ୍ କିଷାନ ଯୋଜନାର ୧୮ତମ କିସ୍ତିରେ ଦେଶର ୯.୫ କୋଟି ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ମିଳିବ। ଏହାପୂର୍ବରୁ ଜୁନ ମାସରେ ଯୋଜନାର ୧୭ ତମ କିସ୍ତି ପ୍ରଦାନ କରିଥିଲେ କେନ୍ଦ୍ର ସରକାର।

ସେହିପରି ଉପମୁଖ୍ୟମନ୍ତ୍ରୀ ଚଳିତବର୍ଷ ଧାନ କିଣାକୁ ନେଇ ଘୋଷଣା କରିଛନ୍ତି। ଚଳିତ ବର୍ଷ ବରଗଡ଼ର ସୋହେଲାରୁ ରାଜ୍ୟ ସରକାର ଧାନ କିଣା ଆରମ୍ଭ କରିବେ। ୩୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କ ଧାନ କିଣାଯିବ।

ଅନ୍ୟପଟେ ରାଜ୍ୟରେ ଆଗକୁ ହେବାକୁ ଥିବା କୃଷି ଯନ୍ତ୍ରପାତି ମେଳାକୁ ନେଇ ଗୁରୁବାର ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଛି। ବୈଠକରେ ୨୬ଟି ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ। ସେହିପରି କେନ୍ଦୁଝର, ବଲାଙ୍ଗିର, ଜୟପୁର ଓ ବ୍ରହ୍ମପୁରରେ ଆଞ୍ଚଳିକ କୃଷି ମେଳା ଆୟୋଜନ କରାଯିବା ନେଇ ନିଷ୍ପତ୍ତି ହୋଇଛି।

Tags: #PMKishanScheme #Farmers #Farming #Odisha

LEAVE A REPLY

Please enter your comment!
Please enter your name here