ଓଡ଼ିଶାଲାଇଭ୍ ବ୍ୟୁରୋ

ନିଲାମ ହେଲା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ସଂଗ୍ରହ କରାଯାଇଥିବା ଅର୍ପଣ ଚାଉଳ। ସମୁଦାୟ ୧୦ ହଜାର ୩୨୨ କୁଇଣ୍ଟାଲ ଅର୍ପଣ ଚାଉଳ ୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ଏ ନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ।

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ସମୟରେ ସାରା ରାଜ୍ୟରୁ ଆସିଥିଲା ଅର୍ପଣ ଚାଉଳ। ସେହି ସମୟରେ ପ୍ରାୟ ୧୪ ହଜାର କୁଇଣ୍ଟାଲ ଚାଉଳ ସଂଗ୍ରହ କରାଯାଇଥିଲା। ଏହି ଚାଉଳ କେଉଁ କାର୍ଯ୍ୟରେ ଲାଗିବ ତାକୁ ନେଇ ଚିନ୍ତାରେ ପଡ଼ିଥିଲା ଜିଲ୍ଲା ପ୍ରଶାସନ।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ମହାପ୍ରସାଦ ପ୍ରସ୍ତୁତ ପାଇଁ ଉପଯୁକ୍ତ ଥିବା ପ୍ରାୟ ୪ ହଜାର କୁଇଣ୍ଟାଲ ଚାଉଳକୁ ବ୍ୟବହାର କରାଯାଇଥିଲା। ବଳକା ଚାଉଳ ମହାପ୍ରସାଦ ପାଇଁ ବ୍ୟବହାର ଯୋଗ୍ୟ ନଥିବା ସୁଆର ମହାସୁଆର ସ୍ପଷ୍ଟ କରିଥିଲେ। ଏହା ପରେ ବଳକା ଚାଉଳ ନିଲାମ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ସରକାର ଅନୁମତି ପ୍ରଦାନ କରିଥିଲେ।

ସରକାରଙ୍କ ଅନୁମୋଦନ ପରେ ଗୁରୁବାର ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳକୁ ଟେଣ୍ଡର ମାଧ୍ୟରେ ନିଲାମ କରାଯାଇଛି। କୁଇଣ୍ଟାଲ ପିଛା ୨,୭୨୮ ଟଙ୍କାରେ ଏହି ଚାଉଳ ବିକ୍ରି କରାଯାଇଛି। ନିଲାମରୁ ମିଳିଥିବା ୨ କୋଟି ୮୬ ଲକ୍ଷ ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ଖାତାରେ ଜମା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Tags: #ArpanRice #PuriShreeMandir #ParikramaPrakalpa #Odisha #Auction

LEAVE A REPLY

Please enter your comment!
Please enter your name here