ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଲୋକସେବା ଆୟୋଗର (ଓପିଏସସି) ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଅରୁଣ କୁମାର ଷଡ଼ଙ୍ଗୀ। ସେ ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଓପିଏସସିର ନୂଆ ଅଧ୍ୟକ୍ଷ ହୋଇଛନ୍ତି। ସେ ଆସନ୍ତା ୬ ବର୍ଷ ପାଇଁ ଏହି ଦାୟିତ୍ଵ ବହନ କରିବେ। ସୋମବାର ପୋଲିସ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଥିଲେ ଅରୁଣ କୁମାର ଷଡ଼ଙ୍ଗୀ।

ମଙ୍ଗଳବାର ଅରୁଣ କୁମାର ଷଡ଼ଙ୍ଗୀ କଟକସ୍ଥିତ ଓପିଏସସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ ଗାର୍ଡ ଅଫ ଅନର୍ ଦିଆଯାଇଥିଲା। ଏହାପରେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ।

“ମତେ ଯେଉଁ ଦାୟିତ୍ଵ ମିଳିଛି ସମସ୍ତଙ୍କ ସହଯୋଗରେ ତାହାକୁ ସୁଚାରୁ ରୂପେ ତୁଲାଇବି। ଏଥିସହ ଓପିଏସସି ପକ୍ଷରୁ ବିଭିନ୍ନ ଚାକିରି କ୍ଷେତ୍ରରେ ହେଉଥିବା ପରୀକ୍ଷାରେ କିଭଳି ସ୍ୱଚ୍ଛତା ଆସିବ ସେ ଦିଗରେ ପ୍ରାଥମିକତା ଦିଆଯିବ”, କହିଛନ୍ତି ଅରୁଣ କୁମାର ଷଡ଼ଙ୍ଗୀ।

ଅରୁଣ କୁମାର ଷଡ଼ଙ୍ଗୀ ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ଥିଲେ। ସେ ଅବସର ନେବା ସମୟରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ଦାୟିତ୍ଵରେ ଥିଲେ। ପୂର୍ବରୁ ସେ ରାଜ୍ୟର ଇନଚାର୍ଜ ପୋଲିସ ଡିଜି ଭାବେ କାର୍ଯ୍ୟ କରିଥିଲେ।

Tags: #ArunKumarSarangi #OPSCChairman #OPSC #Odisha

LEAVE A REPLY

Please enter your comment!
Please enter your name here