ଓଡ଼ିଶାଲାଇଭ୍ ବ୍ୟୁରୋ

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଭୋଟ ଗଣତି ଜାରି ରହିଛି। ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ ଗଣତିରେ ଏଠାରେ କଂଗ୍ରେସ ଆଗରେ ରହିଥିବା ବେଳେ ଏବେ ଟ୍ରେଣ୍ଡ୍‌ ପରିବର୍ତ୍ତନ ହୋଇଛି। କଂଗ୍ରେସ ତୁଳନାରେ ବିଜେପି ଅଧିକ ଆସନରେ ଆଗୁଆ ରହିଛି। ଏନେଇ ଭାରତୀୟ ନିର୍ବଚାନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି।

ମଙ୍ଗଳବାର ଦିନ ୧୨ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ୯୦ ବିଧାନସଭା ଆସନ ବିଶିଷ୍ଟ ହରିୟାଣାରେ ବିଜେପି ୪୯ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୩୫ ଆସନରେ ଆଗୁଆ ରହିଛି। ସେହିପରି ଆଇଏନଏଲଡି ଓ ବିଏସପି ଗୋଟିଏ ଆସନରେ ଆଗୁଆ ରହିଛନ୍ତି। ୪ଟି ଆସନରେ ସ୍ଵାଧୀନ ପ୍ରାର୍ଥୀ ଆଗୁଆ ଚାଲିଛନ୍ତି।

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୫ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ତେବେ ଏହି ନିର୍ବାଚନ ପାଇଁ ଆସିଥିବା ଏଗଜିଟ୍ ପୋଲରେ କଂଗ୍ରେସକୁ ୬୦ରୁ ଅଧିକ ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଥିଲା। ଭୋଟ ଗଣତିରେ ପ୍ରଥମେ କଂଗ୍ରେସ ଆଗୁଆ ହେବା ପରେ ନୂଆଦିଲ୍ଲରେ କଂଗ୍ରେସ ମୁଖ୍ୟାଳୟରେ ଉତ୍ସବ ଆରମ୍ଭ ହୋଇଥିଲା। ଏବେ ହରିୟାଣାରେ ବିଜେପି ଆଗୁଆ ହେବା ପରେ କଂଗ୍ରେସ ସମର୍ଥକଙ୍କ ଖୁସି ଥଣ୍ଡା ପଡ଼ି ଯାଇଥିବା ଦେଖିବାକୁ ମିଳୁଛି।

ଅନ୍ୟପଟେ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସୈନୀ ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବେ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।      

Tags: #Haryana #Results #AssemblyElections #BJP #Congress #Politics

LEAVE A REPLY

Please enter your comment!
Please enter your name here