ଓଡ଼ିଶାଲାଇଭ୍ ବ୍ୟୁରୋ

ଶାରଦୀୟ ଦୁର୍ଗା ପୂଜା ପାଇଁ ସଜେଇ ହେଉଛି ଭୁବନେଶ୍ଵର। ମା’ଙ୍କ ସ୍ୱାଗତ ପାଇଁ ଉତ୍ସବମୁଖର ସାରା ସହର। ଆକର୍ଷଣୀୟ ତୋରଣ ସାଙ୍ଗକୁ ଏଥରର ବିଶେଷ ଆକର୍ଷଣ ପାଲଟିବ ସହିଦ ନଗରର ଚାନ୍ଦିମେଢ଼।

ସହିଦ ନଗର ଦୁର୍ଗାପୂଜା ମଣ୍ଡପରେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ତୋରଣ ପ୍ରସ୍ତୁତି କାମରେ ନିୟୋଜିତ ହୋଇଛନ୍ତି ପ୍ରାୟ ୧୦୦ ଜଣ କାରିଗର। ଦେଢ଼ ମାସ ପୂର୍ବରୁ ତୋରଣ କାମ ଆରମ୍ଭ ହୋଇଛି। ୧୯୭୮ ମସିହାରୁ ଆରମ୍ଭ ହୋଇଥିଲା ସହିଦ ନଗର ଦୁର୍ଗାପୂଜା। ଏଠାରେ ପ୍ରତି ବର୍ଷ ଭିନ୍ନ ଭିନ୍ନ ଥିମକୁ ନେଇ ତୋରଣ ପ୍ରସ୍ତୁତ କରାଯାଇଥାଏ। ଏଥର ମଧ୍ୟ ଭିନ୍ନ କନସେପ୍ଟକୁ ନେଇ ତିଆରି ହେଉଛି ତୋରଣ।

ପୂଜା ମଣ୍ଡପ ନିକଟରେ ପ୍ରତି ସନ୍ଧ୍ୟାରେ ଆୟୋଜନ ହେବ ଭଜନ ସମାରୋହ। ଭିଡ଼ ନିୟନ୍ତ୍ରଣ ଏବଂ ସୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିବା ସହିଦ ନଗର ଦୁର୍ଗାପୂଜା ସମିତି ପକ୍ଷରୁ କୁହାଯାଇଛି।

Tags: #DurgaPuja #Dasshera #DurgaPuja2024 #Odisha #SahidNagarDurgaPujaPandal #Bhubaneswar

LEAVE A REPLY

Please enter your comment!
Please enter your name here